ସର୍ପାଘାତରେ ମହିଳା ଗୁରୁତର
ବସ୍ତା : ବସ୍ତା ବ୍ଲକ ମୁକୁଳିସି ପଞ୍ଚାୟତ କୁସୁଦା ଗ୍ରାମର ଅରୁଣ କୁମାର ଚଣ୍ଡ ଙ୍କ ସ୍ତ୍ରୀ ସସ୍ମିତା ଚଣ୍ଡ ଶନିବାର ସକାଳେ ରୋଷେଇ କରୁଥିବା ସମୟରେ ଜାଳେଣି ଭିତରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମାତ୍ର ସସ୍ମିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
