ମହିଳାଙ୍କୁ ଲଣ୍ଡା ଓ ମୁହଁରେ କଳାବୋଳି ଗାଁ ଦାଣ୍ଡରେ ବୁଲାଇବା ଘଟଣା : ଭିଡିଓ ଭାଇରାଲ,୧୦ ଗିରଫ
ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ବେଲତଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ପଟ୍ଟାମୁଣ୍ଡାଇ ଅଂଚଳ ବେଲତଳ ଗାଁର ଜଣେ ମହିଳା ଗାଁର ୧୯ ଜଣ ମହିଳା ଙ୍କ ଠାରୁ ଲୋନ କରିଦେବାକୁ କହି ୧୨୦୦ ଟଙ୍କା ଲେଖାଏଁ ନେଇଥିଲେ ।ତେବେ ଟଙ୍କା ନେବା ପରେ ଲୋନ ନହେବାରୁ ମହିଳା ମାନେ ସମ୍ପ?କ୍ତ ମହିଳା ଙ୍କୁ ଟଙ୍କା ଫେରାଇବାକୁ ଜୁଲମ କରିଥିଲେ ।ହେଲେ ମହିଳା ଜଣଙ୍କ ଟଙ୍କା ଫେରାଇବାକୁ ସମୟ ମାଗିବା ସହିତ ନିଜର ଅସହାୟତା ପ୍ରକାଶ କରିଥିଲେ । କିନ୍ତୁ ଗତ ୧୭ ତାରିଖ ଦିନ ଗାଁର କିଛି ମହିଳା ଉକ୍ତ ମହିଳା ଙ୍କୁ କୌଶଳ କ୍ରମେ ଡାକି ସର୍ବ ସମ୍ମୁଖରେ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ । ତେବେ କେବଳ ସେତିକିରେ ନୁହେଁ ମହିଳା ଙ୍କ ଗାଲରେ କଳା ବୋଲିବା ସହିତ ତାଙ୍କୁ ଲଣ୍ଡା କରିବାକୁ ପଛେଇ ନଥିଲେ । ଏହା ସହିତ ସେସବୁର ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ କରିଥିଲେ । ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ମହିଳା ଜଣଙ୍କ ପ୍ରଥମେ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହେବା ସହିତ ଆଜି ପଟ୍ଟାମୁଣ୍ଡାଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ।
ପଟ୍ଟାମୁଣ୍ଡାଇ ଅଂଚଳ ବାସୀ ଏଭଳି ଘଟଣା କୁ ନିନ୍ଦା କରିବାସହିତ ଦୋଷୀ ଙ୍କ ବିରୁଦ୍ଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମହିଳା ଜଣଙ୍କ ଯଦି କିଛି ଠକେଇ କରିଛନ୍ତି ତେବେ ଉକ୍ତ ମହିଳା ଙ୍କ ବିରୁଦ୍ଧରେ ପୋଲିସ ସହାୟତା ନିଆଯାଇ ପାରିଥାନ୍ତା କିନ୍ତୁ ସାମାନ୍ୟ କେତେ ଟଙ୍କା ପାଇଁ ମହିଳା ଙ୍କୁ ଏଭଳିଦଣ୍ଡ ନିହିତି ଭାବେ ଦୁଃଖ ଦାୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣା କୁ ଗୁରୁତରଭାବେ ନେଇ ତଦନ୍ତ ଜାରି ରଖିଛି । ଏକ ସ୍ୱତନ୍ତ୍ର ଟିମ ଗଠନ କରିବା ସହିତ ସ୍ଥାନୀୟ ଆଇଆଇସି ,ଏସ୍ଡିପିଓ ମିଳିତ ସହଯୋଗ ରେ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିବା ସହିତ ଏଥିରେ ସାମିଲ ଥିବା ୧୦ଜଣଙ୍କୁ କୋର୍ଟ ଚାଲାଣ କରିଛିପୋଲିସ । ତେବେ ଏଭଳି ଘଟଣା କୁ ପଟ୍ଟାମୁଣ୍ଡାଇ ଅଂଚଳ ରେ ଦୃଢ଼ ନିନ୍ଦା କରାଯାଇଛି ।
