ଶୀତାକାଳୀନ ଅଧିବେଶନ : ସରକାରୀ ଦଳର ସଦସ୍ୟଙ୍କ ଅନୁଉପସ୍ଥିତକୁ ନେଇ ବର୍ଷିଲା ବିଜେପି
ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତାକାଳୀନ ଅଧିବେଶନ । ବିଧାନସଭାରେ ସରକାରୀ ଦଳର ସଦସ୍ୟଙ୍କ ଉପସ୍ଥିତ ନରହିବାକୁ ନେଇ ବର୍ଷିଲା ବିରୋଧୀ ଦଳ ବିଜେପି। ଖାଲି ସେତିକି ନୁହେଁ ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା ଗୃହ ପାଇଁ ଅସମ୍ମାନ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି।
ଅର୍ଥମନ୍ତ୍ରୀଙ୍କ ବିନା ଅନୁପସ୍ଥିତ ରେ ଗୃହରେ ଆଉ କିଏ ବଜେଟ ଉପସ୍ଥାପନ କରିବେ ତାହା ଗଣତନ୍ତ୍ର କୁ ହତ୍ୟା । ଏହା ଖାଲି ଗୃହର ନୁହେଁ ରାଜ୍ୟ ପାଇଁ ଦୁର୍ଭାଗ୍ୟ । ବିଧାନସଭାକୁ ପଛରେ ପକାଇ ସେମାନେ ଉପନିର୍ବାଚନରେ ମାତିବା ବିଜେଡି ପାଇଁ ପଡିବ ମହଙ୍ଗା।ରାଜ୍ୟବାସୀ ସଠିକ୍ ସମୟରେ ଜବାବ ଦେବେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି।
