ଆରମ୍ଭ ହେଲା ଶୀତକାଳୀନ ଅଧିବେଶନ, ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ । ଗୃହର ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଆଗତ ହେଲା ଶୋକ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ କଲେ ଶୋକ ପ୍ରସ୍ତାବ ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଏବଂ ଅନ୍ୟ ତିନି ସଦସ୍ୟଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ପାରିତ । ଏହାପରେ ଗୃହକୁ ଅପରାହ୍ଣ ୫ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଧାମନଗରର ନୂଆ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରଥମ ଥର ଲାଗି ବିଧାନସଭାରେ ଦେଖିବାକୁ ମିଳିଛି।
ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଗୃହ ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ । ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇଦିନ ଧରି ଗୃହରେ ବିଭିନ୍ନ ବିଭାଗର ଖର୍ଜଦାବି ଉପରେ ଆଲୋଚନା ହେବ । ଏହାପରେ ଡିସେମ୍ବର ୨ ତାରିଖ ଦିନ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ହୋଇ ବିଲ୍ ପାରିତ ହେବ । ଅଧିବେଶ ନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୩୩ଟି କାର୍ୟ୍ୟଦିବସ ରହିଛି ।ଅନ୍ୟପକ୍ଷରେ ଗୃହ ରେ ଅର୍ଚନା ନାଗ, ଚାଷୀ,ବେକାରୀ, ଦରଦାମ ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ରେ ଗୃହରେ ଆଲୋଚନା ସରଗରମ ହେବ । ପ୍ରଥମ ଦିନରେ ଗୃହ ରେ ଦିବଂଗତ ବିଧାୟକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଗ୍ୟାମ୍ପନ କରାଯିବ । ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିବାକୁ ଥିବା ବେଳେ ଏହା ପ୍ରାୟ ୧୮ ହଜାର କୋଟି ରୁ ଅଧିକ ହୋଇପାରେ ।
