ମହାବିଦ୍ୟାଳୟରେ ଶୀତକାଳୀନ ଏନ୍ଏସ୍ଏସ୍ ଶିବିର
ଯାଜପୁର : ଦଶରଥପୁର ବ୍ଲକ କନିକାପଡ଼ା ସ୍ଥିତ ସାଧୁଗୌରେଶ୍ୱର ମହାବିଦ୍ୟାଳୟର ଜାତୀୟ ସେବା ଶାଖା ତରଫରୁ ୭ଦିନିଆ ଶୀତକାଳୀନ ଶିବିର ଉଦ୍ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ପ୍ରତିଷ୍ଠିତ ଅତିଥିମାନେ ଯୋଗଦେଇ ଶିବିରାର୍ଥିମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ଦିବସରେ ଛାତ୍ରଛାତ୍ରୀଙ୍କ ତରଫରୁ ପରିବେଶ ସ୍ୱଚ୍ଛତା ଅଭିଯାନ ପ୍ଲାଷ୍ଟିକ୍ ବର୍ଜନ, ଟ୍ରାଫିକ୍ ନିୟମ, କରୋନା ସଚେତନତା ଆଦି ସଚେତନତା ଶୋଭାଯାତ୍ରା କରାଯାଇଥିଲା । ସେହିପରି ଦୈନିକ ଶିବିରର ସ୍ୱେଚ୍ଛା ସେବୀଙ୍କ ମଧ୍ୟରେ ମନୋରଂଜନ କାର୍ଯ୍ୟକ୍ରମ, ନୃତ୍ୟ, ଗୀତ, କବିତା, ଏକକ ଅଭିନୟ ଓ ଚିତ୍ରାଙ୍କ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯୁବ ବ୍ୟପ।।ର କାର୍ଯ୍ୟାଳୟର ଅଧିକାରୀ ନକୂଳ ଚନ୍ଦ୍ର ଦେହୁରି, ଉତ୍କଳ ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ବ୍ରଜନାରାୟଣ ପାତ୍ର, କନିକାପଡ଼ା ସରପଞ୍ଚ ପ୍ରଦୀପ ଯେନାଙ୍କ ସମେତ ବାଣିଜ୍ୟ ବିଭାଗର ସୁଧାଂଶୁ ସାର, ପୂର୍ବତନ ଏନ୍ଏସ୍ଏସ୍ ଅଧିକାରୀ ପାଢ଼ୀ ସାର୍, ଦିଲ୍ଲୀପ ସାର୍, ନିକୁଞ୍ଜ ସାର୍, ସତ୍ୟ ସାର୍, ଗଣେଶ ସାର୍ ପ୍ରମୁଖ ଯୋଗଦେଇ ସେବାହିଁ କର୍ମ, ସେବା ହିଁ ଧର୍ମ ହୋଇଥିବା ବେଳେ ଏହି ସବୁ କାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଜୀବନର ପ୍ରମୁଖ ବ୍ରତ ହେବା ଉଚିତ ବୋଲି ଶିବିରାର୍ଥମାନଙ୍କୁ ପରାମର୍ଶ ଦେଇଥିବା ବେଳେ ଶେଷ ଦିବସରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅତିଥିମାନେ ଉଭୟ ବାଳକ ଓ ବାଳିକା ସ୍ୱେଚ୍ଛାସେବୀଙ୍କୁ ମାନପତ୍ର ବଣ୍ଟନ କରିଥିଲେ ।
