ସ୍ୱାମୀ ସାମ୍ନାରେ ନଦୀକୁ ଡେଇଁଲେ ସ୍ତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି
ଭୁବନେଶ୍ୱର : ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି । ପରେ ସ୍ୱାମୀଙ୍କ ଆଗରେ ପାଡ଼ୁଆ ହାଟ ଗୁଡା ବ୍ରିଜ ସ୍ଥିତ ପାତଳୀ ନଦୀକୁ ସ୍ତ୍ରୀ ଡେଇଁ ପଡ଼ିଲେ । ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ମହିଳାଙ୍କୁ ଖୋଜା ଖୋଜି ଜାରି ରହିଛି ।
ସେହିପରି ପାଡୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଜଣକ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ନା ଦୁର୍ଘଟଣାରେ ମହିଳା ଜଣକ ଖସି ପଡିଛନ୍ତି ସେନେଇ ତଦନ୍ତ ଜାରି ରଖିଛନ୍ତି । ନଦୀକୁ ଡେଇଁ ପଡ଼ିଥିବା ମହିଳା ଜଣକ କୁକୁଡ଼ାପଖି ଗ୍ରାମର ପଦ୍ମା ଖରା ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି ।
