କପାଳରେ କାହିଁକି ଲଗାଯାଏ ତ୍ରିପୁଣ୍ଡ ? ଚମତ୍କାର ଶକ୍ତି ସହ ଧାର୍ମିକ ଏବଂ ବୈଜ୍ଞାନିକ ବିଶେଷତ୍ବ ବିଷୟରେ ଜାଣନ୍ତୁ
ହିନ୍ଦୁ ଶାସ୍ତ୍ରର ଅନୁସାରେ ମସ୍ତକରେ ତ୍ରିପୁଣ୍ଡ ଲଗାଇବାର ପରମ୍ପରା ରହିଛି । ତେବେ ସାଧୁସନ୍ଥ ମାନେ କାହିଁକି ତ୍ରିପୁଣ୍ଡ ଲଗାନ୍ତି ? ଶାସ୍ତ୍ର ଅନୁସାରେ ଏହାର ମହତ୍ତ୍ବ କଣ ରହିଛି ? ତ୍ରିପୁଣ୍ଡ ଲଗାଇବାର ଲାଭ କଣ ରହିଛି ଆସନ୍ତୁ ଜାଣିବା । ମାନବ ଶରୀର ହେଉଛି ଇଶ୍ବରଙ୍କ ସବୁଠାରୁ ଅନନ୍ୟ,ସୁନ୍ଦର ଏବଂ ସର୍ବୋତ୍ତମ ସୃଷ୍ଟି । ଇଶ୍ବରଙ୍କ ସହ ମାନବ ଆତ୍ମାର ମିଳନ ପାଇଁ ଧର୍ମ ଶାସ୍ତ୍ରରେ ବହୁ ସାଧନା ବିଷୟରେ ଉଲ୍ଲେଖ କରାଯାଇଛି । ଏହା ମଧ୍ୟରୁ ଗୋଟିଏ ହେଉଛି ତ୍ରିପୁଣ୍ଡ । ଧାର୍ମିକ ଶାସ୍ତ୍ର ଅନୁୟାୟୀ ୨୭ଟି ଦିବ୍ୟଶକ୍ତିର ବାସସ୍ଥଳୀ ବୋଲି କୁହାଯାଏ ।
୩ରେଖାରେ ତ୍ରିଲୋକନାଥଙ୍କ ଶକ୍ତିର ପ୍ରତୀକ :
ସାଧୁ-ସନ୍ଥ,ପଣ୍ଡିତଙ୍କ ମଥାରେ ଚନ୍ଦନ କିମ୍ବା ଭସ୍ମରେ ୩ଟି ରେଖା ବା ତ୍ରିପୁଣ୍ଡ ଯେ, ସାଧାରଣ ରେଖା ନୁହେଁ । କପାଳରେ ୩ଟି ରେଖାରେ ଦେବୀ ଦେବତାଙ୍କ ଶକ୍ତି ବାସ କରିଥାଏ ଆଉ ଏହି ୩ ଶକ୍ତିଶାଳୀ ରେଖାକୁ ତ୍ରିପୁଣ୍ଡ କୁହାଯାଏ । ଇଶ୍ବରଙ୍କ ନିକଟତର ହେବା ଏବଂ ଅପାରଶକ୍ତିର କୃପା ପାଇବାର ମାଧ୍ୟମ ହେଉଛି ତ୍ରୁପୁଣ୍ଡ ।
ତ୍ରିପୁଣ୍ଡର ମହିମା :
ତ୍ରିପୁଣ୍ଡର ୩ଟି ରେଖାରେ ବାସ କରୁଥିବା ଦେବତାଙ୍କ ବିଷୟରେ ଆସନ୍ତୁ ଜାଣିବା । ଓଁକାର, ଅଗ୍ନି, ପୃଥବୀ, ଧର୍ମ, ରଜୋଗୁଣବାସ, କ୍ରିୟାଶକ୍ତି ଏବଂ ମହାଦେବ ବାସ କରନ୍ତି । ମାନ୍ୟତା ଏହା ବି ରହିଛି ତ୍ରିପୁଣ୍ଡ କପାଳରେ ଲଗାଇଲେ ଯେ କେବଳ ମଥାର ଶୋଭା ବଢେ ତାହା ନୁହେଁ ଭାଗ୍ୟ ବି ଉଜ୍ଜ୍ବଳ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ତ୍ରିପୁଣ୍ଡ ଲଗାଇବାର ଲାଭ :
ତ୍ରିପୁଣ୍ଡର ମହିମା ବିଷୟରେ ଶିବପୁରାଣରେ ବର୍ଣ୍ଣନା କରାଯାଇଛି । ଶିବ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ନିୟମିତ ନିଜ କପାଳରେ ଚନ୍ଦନ ଲଗାନ୍ତି ତାଙ୍କର ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ସେ ମହାଦେବଙ୍କ କୃପାର ପାତ୍ର ହୋଇଥାଆନ୍ତି । ଏହା ବ୍ୟତୀତ ବୈଜ୍ଞାନିକ ତଥ୍ୟ ଉପରେ ନଜର ପକାଇବା ପ୍ରତ୍ୟେକ ପରମ୍ପରା ଏବଂ ସମସ୍ତ ବସ୍ତୁ ସହ ଏକ ବୈଜ୍ଞାନିକ ଦିଗ ରହିଛି । ଆଜ୍ଞା ହଁ ଆସ୍ଥା ଏବଂ ଧାର୍ମିକ ଦୃଷ୍ଟିକୋଣରୁ ବି ତ୍ରିପୁଣ୍ଡ ମାନବ ଜୀବନ ପାଇଁ ଅତ୍ୟନ୍ତ କଲ୍ୟାଣକାରୀ ବୋଲି ମାନ୍ୟତା ରହିଛି ।
