ଆତ୍ମାର ଶାନ୍ତି ପାଇଁ କାହିଁକି ରହିଛି ଲଣ୍ଡା ହେବାର ନିୟମ ! ଜାଣନ୍ତୁ କ’ଣ କହୁଛି ଗରୁଡ଼ ପୁରାଣ
ହିନ୍ଦୁ ଧର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏବଂ ତା’ପରେ ପରବର୍ତ୍ତୀ ଜନ୍ମ, ପାପ, ପୂନ୍ୟ ଏବଂ ରୀତିନୀତି ବିଷୟରେ କୁହାଯାଇଛି । ସମ୍ପର୍କୀୟଙ୍କ ମୃତ୍ୟୁରେ ପରିବାର ସଦସ୍ୟମାନେ କିଛି ରୀତିନୀତି କରନ୍ତି । ଯାହାଫଳରେ ମୃତକଙ୍କ ଆତ୍ମା ଶାନ୍ତି ଏବଂ ପରିତ୍ରାଣ ପାଇପାରିବ । ଏହି ରୀତିନୀତିରେ ପରିବାର ସଦସ୍ୟଙ୍କ ଲଣ୍ଡା ହେବା ଓ ଦାଢ଼ି କାଟିବାର ନିୟମ ରହିଛି । ଏହି ରୀତିନୀତି ପଛର କାରଣ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଗରୁଡ଼ ପୁରାଣରେ କୁହାଯାଇଛି । ଗରୁଡ଼ ପୁରାଣ ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ଆତ୍ମା ମୃତ୍ୟୁ ପରେ ମଧ୍ୟ ଶରୀର ଛାଡ଼ିବାକୁ ପ୍ରସ୍ତୁତ ହୋଇନଥାଏ । ସେ ଯମରାଜଙ୍କ ନିକଟରେ ନିବେଦନ କରିବା ପରେ ଯମଲୋକରୁ ଫେରି ଆସନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତି ।
୧-ଶରୀରର ଅଭାବ ହେତୁ ସେ ସମ୍ପର୍କ ସ୍ଥାପନ ପାଇଁ ପରିବାର ସଦସ୍ୟଙ୍କ କେଶର ସାହାଯ୍ୟ ନିଅନ୍ତି । ସେହି କାରଣରୁ ପରିବାର ସଦସ୍ୟଙ୍କ ଲଣ୍ଡା ହେବାର ନିୟମ ରହିଛି । ଯାହାଦ୍ୱାରା ଆତ୍ମା ସେମାନଙ୍କ ସଂଲଗ୍ନରୁ ମୁକ୍ତ ହୋଇପାରିବ ।
୨-ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ, ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ଲଣ୍ଡା ହେବା ମଧ୍ୟ ମୃତ ବ୍ୟକ୍ତିଙ୍କ ପ୍ରତି ପ୍ରେମ ଏବଂ ସମ୍ମାନ ପ୍ରଦର୍ଶନ କରିବାର ଏକ ଉପାୟ । ମୃତ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇବା ପାଇଁ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଲଣ୍ଡା ହୋଇଥାନ୍ତି । କାରଣ କେଶ ବିନା ସୌନ୍ଦର୍ଯ୍ୟ ଅସମ୍ପୂର୍ଣ୍ଣ ଅଟେ ।
୩-ମୃତ ଶରୀରରେ ଅନେକ ପ୍ରକାରର ଜୀବାଣୁ ଜନ୍ମନ୍ତି । ଏଭଳି ପରିସ୍ଥିତିରେ ମୃତକର ସଂସ୍ପର୍ଶରେ ତା’ର ପରିବାର ଏବଂ ସମ୍ପର୍କୀୟ ଲୋକେ ଆସିଥାନ୍ତି । ସ୍ନାନ ପରେ ବି ଜୀବାଣୁମାନେ କେଶରେ ଲାଗି ରୁହନ୍ତି । ତେଣୁ ଲଣ୍ଡା ହେବା ଏବଂ ଦାଢ଼ି କାଟିବା ନିୟମ ରହିଛି ।
୪-ଏକ ସନ୍ତାନର ଜନ୍ମ ଏବଂ ବ୍ୟକ୍ତିର ମୃତ୍ୟୁ ଯୋଗୁଁ ପରିବାରରେ ଛୁଆଁ ଲାଗିଥାଏ । ତାହା ହେଉଛି, କିଛି ଦିନ ଧରି ପରିବାର ସଦସ୍ୟମାନେ ଅଶୁଦ୍ଧ ବୋଲି ବିବେଚନା କରାଯାଏ । ଲଣ୍ଡା ହେବା ଦ୍ୱାରା ଛୁଆଁ ସମ୍ପୂର୍ଣ୍ଣ ଛାଡ଼ିଯାଇଥାଏ ।
