ସିପିଏଲରେ ବ୍ୟାଟିଂ ବେଳେ ଦୁଇ ଫାଳ ହେଲା ଗେଲଙ୍କ ବ୍ୟାଟ୍
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଦୁନିଆର ସବୁ ସ୍ଥାନରେ ନିଜ ଛାପ ଛାଡ଼ିସାରିଛନ୍ତି। ଯେଉଁ ବ୍ୟାଟରେ ଖୁବ୍ ରନ୍ ବର୍ଷା କରି ସେ ବୋଲରଙ୍କ ନିଦ ହଜାଇ ଦେଉଥିଲେ, ତାଙ୍କର ସେହି ବ୍ୟାଟ୍ ଭାଙ୍ଗି ଯାଇଛି। କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ)ରେ ବ୍ୟାଟିଂ କରୁଥିବା ବେଳେ କ୍ରୀସ ଗେଲଙ୍କ ବ୍ୟାଟ୍ ଭାଙ୍ଗି ଯାଇଛି।
Batting malFUNction for @henrygayle #GAWvSKNP #CPL21 #CricketPlayedLouder #BiggestPartyInSport pic.twitter.com/kuPgIs7DuY
— CPL T20 (@CPL) September 14, 2021
ସିପିଏଲର ଦ୍ୱିତୀୟ ସେମିଫାଇନାଲରେ ଗେଲଙ୍କ ଟିମ୍ ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସ ଭେଟିଥିଲା ଆମାଜନ୍ ୱାରିୟର୍ସ। ଏହି ମ୍ୟାଚରେ ଆମାଜନ ୱାରିୟର୍ସ ପ୍ରଥମେ ବ୍ୟାଟିଂ କରି ପ୍ରତିପକ୍ଷ ଦଳ ଆଗରେ ୧୭୯ ରନର ଟାର୍ଗେଟ୍ ସେଟ୍ କରିଥିଲା। ଲକ୍ଷ୍ୟର ପିଛା କରୁଥିବା ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପାଟ୍ରିଅଟ୍ସ ପକ୍ଷରୁ ଓପନ୍ କରିଥିଲେ ଗେଲ୍ ଓ ଏଭିନ୍ ଲୁଇସ। ଦୁହେଁ ପ୍ରଥମ ତିନି ଓଭରରେ ୧୯ ରନ୍ କରିଥିଲେ। ଚତୁର୍ଥ ଓଭର ବୋଲିଂ କରିବାକୁ ଆସିଥିଲେ ଓଡିଆନ୍ ସ୍ମିଥ୍। ସ୍ମିଥଙ୍କ ଓଭରର ଦ୍ୱିତୀୟ ବଲରେ ଗେଲଙ୍କ ବ୍ୟାଟ୍ ଭାଙ୍ଗି ଯାଇଥିଲା। ବ୍ୟାଟ୍ ଭାଙ୍ଗିବା ପରେ ଯେପରି ଗେଲଙ୍କୁ କରେଣ୍ଟ ଲାଗିଯାଇଥିଲା ଏବଂ ଏହା ପରେ ଗେଲ୍ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଦେଇଥିଲେ। ସ୍ମିଥଙ୍କ ଓଭର ପୂର୍ବରୁ ଗେଲ୍ ୮ ବଲରେ ୧ ରନ୍ କରି ଖେଳୁଥିଲେ। ସ୍ମିଥ ତାଙ୍କ ଓଭରର ଶୁଭାରମ୍ଭ ୱାଇଡ୍ ସହ କରିଥିଲେ। ପ୍ରଥମ ବଲରେ ଚୌକା ହୋଇଥିଲା। ତେବେ ପରବର୍ତ୍ତୀ ବଲରେ ସେ ଗେଲଙ୍କ ବ୍ୟାଟକୁ ଭାଙ୍ଗି ଦେଇଥିଲେ। ଏହା ପରେ ଗେଲ୍ ନିଜକୁ ଦେଖି ଚକିତ ହୋଇଯାଇଥିଲେ। କିନ୍ତୁ ଏହି ଘଟଣା ପରେ ଗେଲ୍ ପଛକୁ ନଚାହିଁ ଓଭରର ଶେଷ ୫ ବଲରେ ୧୮ (୪,୪,୬,୪) ରନ୍ କରିଥିଲା। ଏହି ମ୍ୟାଚରେ ଗେଲ୍ ୨୭ ବଲରେ ୪୨ ରନର ଇନିଂସ୍ ଖେଳିଥିଲେ। ସେହି ଲୁଇସ୍ ୭୭ ରନର ଯୋଗଦାନ କରିଥିଲେ। ଏହିପରି ଭାବେ ସେଣ୍ଟ କିଟ୍ସ ଟିମ୍ ୧୭.୫ ଓଭରରେ ମାତ୍ର ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ଫାଇନାଲ୍ ଟିକେଟ୍ କାଟିଥିଲା। ଫାଇନାଲରେ ଗେଲଙ୍କ ଟିମର ସାମ୍ନା ସେଣ୍ଟ ଲୁସିଆ ସହ ହେବ।
