ଅଦ୍ଭୁତ ରୀତିନୀତି ଏବଂ ପରମ୍ପରା : ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ମହିଳାଙ୍କୁ କାଟିବାକୁ ହୁଏ ଆଙ୍ଗୁଳି
ନୂଆଦିଲ୍ଲୀ : ଦୁନିଆରେ ଅନେକ ଅଦ୍ଭୁତ ରୀତିନୀତି ଏବଂ ପରମ୍ପରା ଅଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତ ସମେତ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଲୋକମାନେ ନିଜ ନିଜର ପରମ୍ପରା ଛାଡିବାକୁ ଚାହାଁନ୍ତି ନାହିଁ । ତଥାପି, ଏପରି କିଛି ପରମ୍ପରା ଅଛି, ଯାହାକୁ ସେହି ଦେଶର ସରକାରମାନେ ମଧ୍ୟ ନିଷିଦ୍ଧ କରିଛନ୍ତି । ଆଜ୍ଞା ହଁ,ଆପଣ କେବେ ଶୁଣିଛନ୍ତି କି, ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ସେହି ଘରର ମହିଳାମାନଙ୍କୁ ଆଙ୍ଗୁଠି କାଟିବାକୁ ପଡେ? ଯଦି ନୁହେଁ, ତେବେ ଆସନ୍ତୁ ଆପଣଙ୍କୁ ଏହି ପରମ୍ପରା ବିଷୟରେ ଆଜି ଆମେ କହିବୁ, ଯାହାକୁ ନେଇ ଆଜି ବି ଲୋକମାନେ ଏହି ପରମ୍ପରାରେ କେବଳ ବିଶ୍ୱାସ କରନ୍ତି ନାହିଁ, ବରଂ ଏହାକୁ ମଧ୍ୟ ଅନୁସରଣ କରନ୍ତି । ଆଉ ଏହି ରୀତିନୀତି ସମସ୍ତଙ୍କୁ ଅତି ଚକିତ କରିଥାଏ। ଇଣ୍ଡୋନେସିଆର ପଶ୍ଚିମ ନିଉ ଗିନିର ଉଚ୍ଚଭୂମିରେ, ପୃଥିବୀର ଅନ୍ୟତମ ବିଚ୍ଛିନ୍ନ ଜନଜାତି ବାସ କରନ୍ତି । ସେମାନଙ୍କ ଠାରେ ଦେଖିବାକୁ ମିଳେ ଏହିସବୁ ରୀତିନୀତି ।
ଯେତେବେଳେ ବି କେହି ତାଙ୍କ ପରିବାରର ସଦସ୍ୟଙ୍କୁ ହରାନ୍ତି, ସେ ଭାବପ୍ରବଣ ଯନ୍ତ୍ରଣା ଦେଇ ଗତି କରନ୍ତି । ଲୋକମାନେ ଆଗକୁ ଆସନ୍ତି ଏବଂ ସେମାନଙ୍କର ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଏକତ୍ର ଠିଆ ହୁଅନ୍ତି, କିନ୍ତୁ ଇଣ୍ଡୋନେସିଆର ଏକ ଜନଜାତି ଆହୁରି ଅଧିକ ଯନ୍ତ୍ରଣା ଦେଇ ଗତି କରନ୍ତି ଯେତେବେଳେ ସେହି ଘରର ମହିଳାମାନଙ୍କୁ ଆଙ୍ଗୁଳି କାଟିବାକୁ ପଡେ । News.com.au ଅନୁଯାୟୀ, ଦାନି ଜନଜାତିର ମହିଳାମାନଙ୍କୁ ଭାବପ୍ରବଣ ଯନ୍ତ୍ରଣା ବ୍ୟତୀତ ଶାରୀରିକ ଯନ୍ତ୍ରଣା ମଧ୍ୟ ସାମ୍ନା କରିବାକୁ ପଡି଼ଥାଏ। ଯେତେବେଳେ ତାଙ୍କ ପ୍ରିୟଜନଙ୍କ ମୃତ୍ୟୁ ହୋଇଥାଏ, ତେବେ ଏହି ଜନଜାତିର ମହିଳାମାନେ ଅଙ୍ଗୁଳିର ଉପରିଭାଗକୁ କାଟିଦେଇଥାନ୍ତି।
ସେମାନେ ଏଥିରେ ବିଶ୍ୱାସ ରଖନ୍ତି ଯେ, ଅଙ୍ଗୁଳି କାଟିବା ଦ୍ୱାରା ମରିଥିବା ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିଥାଏ । ଏଥି ସହିତ, ଏହା ମଧ୍ୟ ଶୋକର ଯନ୍ତ୍ରଣାର ପ୍ରତୀକ ଭାବେ ଗଣାଯାଏ। କେବଳ ଏତିକି ନୁହେଁ, କିଛି ପିଲାଙ୍କ ଆଙ୍ଗୁଠି ସେମାନଙ୍କ ମା ଦ୍ୱାରା କାଟି ଦିଆଯାଏ । ଏହି ପ୍ରଥାକୁ ଇକିପାଲିନ୍ କୁହାଯାଏ । ଆଙ୍ଗୁଠିକୁ କାଟିବାର ଏହି ଅସାଧାରଣ ଅଭ୍ୟାସକୁ ଇଣ୍ଡୋନେସିଆ ସରକାର କିଛି ବର୍ଷ ପୂର୍ବେ ନିଷିଦ୍ଧ କରିଥିଲେ। ଏହି ଜନଜାତିର ଅନେକ ବୟସ୍କ ମହିଳା ସଦସ୍ୟଙ୍କୁ ସେମାନଙ୍କ ହାତରେ ଚିହ୍ନଟ କରାଯାଇପାରେ ଏବଂ ବିଶ୍ୱାସ କରାଯାଏ ଯେ ଏହି ଅଭ୍ୟାସ ଗୁପ୍ତରେ ମଧ୍ୟ ଜାରି ରହିଛି। ଅଢେଇ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଜନଜାତି ପଶ୍ଚିମ ନିଉ ଗିନିର ଉଚ୍ଚ ଏବଂ ଘନ ଅଞ୍ଚଳରେ ବାସ କରନ୍ତି । ୧୯୩୮ ମସିହାରେ, ଯେତେବେଳେ ଆମେରିକୀୟ ଏକ୍ସପ୍ଲୋରର ରିଚାର୍ଡ ଆର୍ଚବୋଲ୍ଡ ଏହି ଅଞ୍ଚଳକୁ ଯାଇଥିଲେ ସେତେବେଳେ ସେ ଏହା ବିଷୟରେ ସୂଚନା ପାଇଲେ, ଯିଏ ଏହାକୁ ରିପୋର୍ଟ କରିଥିଲେ । ଏହି ଜନଜାତିର ପୁରୁଷମାନେ ମଧ୍ୟ ସେମାନଙ୍କର ବ୍ୟକ୍ତିଗତ ଅଂଶ ଉପରେ ଅଳଙ୍କାର ଖଣ୍ଡ ପିନ୍ଧନ୍ତି ଏବଂ ସେମାନଙ୍କ ମୃତକଙ୍କ ମମି ମଧ୍ୟ ରଖିଥାନ୍ତି ।
