ୟୁଜର୍ସଙ୍କ ପାଇଁ ଜରୁରୀ ସୂଚନା : ହ୍ୱାଟ୍ସଆପ୍ ଆଣୁଛି ଜବରଦସ୍ତ ଫିଚର୍ସ, ବଢ଼ିବ ମେସେଜ ଡିଲିଟ୍ ସମୟ ସୀମା
Men pose with smartphones in front of displayed Whatsapp logo in this illustration September 14, 2017. REUTERS/Dado Ruvic - RC1754A449A0
ନୂଆଦିଲ୍ଲୀ : ୟୁଜର୍ସଙ୍କ ସୁବିଧା ପାଇଁ ବିଭିନ୍ନ ଫିଚର୍ସ ଆଣିଥାଏ ହ୍ୱାଟ୍ସଆପ୍ । ଏବେ ମେଟା କମ୍ପାନୀ ହ୍ୱାଟ୍ସଆପ୍ ପାଇଁ ଅନେକ ନୂତନ ଫିଚର୍ସ ଉପରେ କାମ କରୁଛି । ଯାହାଦ୍ୱାରା ୟୁଜର୍ସଙ୍କ ଚାଟିଙ୍ଗ ଅନୁଭୁତି ଆହୁରି ଭଲ ହେବ । ଖୁବ୍ ଶୀଘ୍ର ହ୍ୱାଟ୍ସଆପରେ ଏହି ଫିଚର୍ସ ଦେଖିବାକୁ ମିଳିପାରେ ।
ଏକ ନୂତନ ରିପୋର୍ଟ ମୁତାବକ, ହ୍ୱାଟ୍ସଆପ୍ ତାର ୟୁଜର୍ସଙ୍କ ପାଇଁ ମେସେଜ ଡିଲିଟ୍ କରିବାର ସମୟ ସୀମାରେ ପରିବର୍ତ୍ତନ କରିବାକୁ ଯାଉଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ୧ ଘଣ୍ଟା ୮ ମିନିଟ୍ ଏବଂ ୧୬ ସେକେଣ୍ଡ ପର୍ଯ୍ୟନ୍ତ ପଠାଯାଇଥିବା ମେସେଜକୁ ଡିଲିଟ କରିବାର ଅପ୍ସନ ହେଉଛି । ୱାବେଟାଇଂଫୋ ଅନୁସାରେ କମ୍ପାନୀ ଏହାର ସମୟ ସୀମାକୁ ବଢାଇ ୭ ଦିନ ପର୍ଯ୍ୟନ୍ତ କରିପାରେ ।
ହ୍ୱାଟ୍ସଆପ ଖୁବ୍ ଶୀଘ୍ର ୟୁଜର୍ସଙ୍କୁ ପ୍ଲେବ୍ୟାକ ସ୍ପିଡ କଣ୍ଟ୍ରୋଲର ଫିଚର ଦେଇପାରେ । ଏହାଦ୍ୱାରା ୟୁଜର୍ସ ଅଡିଓ ମେସେଜ ବା ଭଏସ ନୋଟ୍ସର ପ୍ଲେବ୍ୟାକୁ ମଧ୍ୟ କଣ୍ଟ୍ରୋଲ କରିପାରେ ।
ଖୁବ୍ ଶୀଘ୍ର ହ୍ୱାଟ୍ସଆପରେ ସାମିଲ ହେବ ନୂତନ ଫିଚର । ଯାହାଦ୍ୱାରା କୌଣସି ସ୍ପେସିଫିକ ନମ୍ବରକୁ ନିଜର ପ୍ରୋଫାଇଲ ଫଟୋ, ଲାଷ୍ଟ ସିନ୍ ଏବଂ ଷ୍ଟାଟସକୁ ହାଇଡ କରି ପାରିବେ ।
ସେହିପରି ଏକ ଫଟୋ ଏଡିଟର ଆପ ଆଣିବା ଉପରେ ମଧ୍ୟ କାମ କରୁଛି ହ୍ୱାଟ୍ସଆପ । ଏହି ଫିଚରକୁ ନେଇ କମ୍ପାନୀ ଅଫିସିଆଲ ଭାବେ ଘୋଷଣା ମଧ୍ୟ କରିଦେଇଛି ।
ନିକଟକରେ କମ୍ପାନୀ ଏକ ଷ୍ଟିକର ମେକର ଟୁଲ ଜାରି କରିଥିଲା କିନ୍ତୁ ତାହା ହ୍ୱାଟ୍ସଆପ ୱେବ ଭର୍ସନ ପାଇଁ ଜାରି କରାଯାଇଥିଲା । ଏବେ ଶୁଣିବାକୁ ମିଳୁଛି କି ଏହ ଫିଚରକୁ ଏବେ ମୋବାଇଲ ଆପ୍ ପାଇଁ ମଧ୍ୟ ଜାରି କରାଯିବ ।
ଅନ୍ୟପକ୍ଷରେ ମେଟା କମ୍ପାନୀ ଏବେ ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଖାସ୍ ଟୁଲ୍ ଲଞ୍ଚ କରିଛି । ଯାହା ସାହାଯ୍ୟରେ ଆପଣ କୌଣସି ଫଟୋକୁ ଷ୍ଟିକରରେ ବଦଳାଇ ପାରିବେ । ବର୍ତ୍ତମାନ ଏହି ଫିଚର କେବଳ ହ୍ୱାଟ୍ସଆପ ୱେବ ପାଇଁ ଲଞ୍ଚ କରାଯାଇଛି । ବହୁତ ଶୀଘ୍ର ଏହାକୁ ମୋବାଇଲ ଭର୍ସନ ପାଇଁ ମଧ୍ୟ ଜାରି କରାଯିବ ବୋଲି ଆଶା ରହିଛି ।
ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣ ପ୍ରଥମେ ହ୍ୱାଟ୍ସଆପର ୱେବ ଭର୍ସନ ଓପେନ କରନ୍ତୁ । ପୁଣି ଚାଟ୍ ୱିଣ୍ଡୋକୁ ଓପେନ୍ କରନ୍ତୁ, ଯାହାକୁ ଆପଣ କଷ୍ଟମ ଷ୍ଟିକର ପଠାଇବାକୁ ଚାହୁଁଛନ୍ତି । ଏଠାରେ ଆପଣଙ୍କୁ ଷ୍ଟିକର ଅପ୍ସନ ନଜରକୁ ଆସିବ, ତାହା ଉପରେ ଟ୍ୟାପ କରନ୍ତୁ । ଏହାପରେ ଫଟୋ ଚୟନ କରି ନିଜ ହିସାବରେ ଏଡିଟ୍ କରନ୍ତୁ ।
