ଜାନୁଆରୀରେ ୧୮.୫୮ ଲକ୍ଷ ଭାରତୀୟ ଆକାଉଂଟ ବ୍ୟାନ୍ କଲା ହ୍ୱାଟ୍ସଆପ୍
ନିୟମ ଉଲ୍ଲଘଂନ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଳୀ : ମୋବାଇଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଏବେ ୟୁଜର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନଗ୍ରହଣ କରିଛି ହ୍ୱାଟ୍ଆପ୍ । ଜାନୁଆରୀ ମାସରେ ୧୮.୫୮ ଲକ୍ଷ ଭାରତୀୟ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇଛି । ୪୯୫ଟି ଭାରତୀୟ ଆକାଉଂଟ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କରିଛି, ଯାହା ୨୮୫ଆକାଉଂଟକୁ ପ୍ରତିବନ୍ଧକ ଲଗାଇବା ନେଇ ଅପିଲ୍ କରିଛି । ସେମାନଙ୍କ ମଧ୍ୟରୁ୨୪ ଜଣଙ୍କୁ ପ୍ରତିବନ୍ଧକ କରାଯାଇଛି ।
ହ୍ୱାଟ୍ସଆପ୍ ଦ୍ୱାରା ଯେଉଁ ସବୁ ଆକାଉଂଟରେ ପ୍ରତିବନ୍ଧକ ଲଗାଯାଇଛି । ତାହାର ତଥ୍ୟ ମଧ୍ୟ ସେୟାର କରାଯାଇଛି । କମ୍ପାନୀର ୧୦ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ପୂର୍ବରୁ +୯୧ର ଆଇଏସଡି କୋଡ୍ ମାଧ୍ୟମରେ ଭାରତୀୟ ଆକାଉଂଟଗୁଡିକ ଚିହ୍ନଟ କରାଯାଇଥାଏ । ଅକ୍ଟୋବର ୨୦୨୧ ରେ ହ୍ୱାଟ୍ସଆପ୍ ମେସେଜିଂ ଆପ୍ ଦୁଇ ଲକ୍ଷରୁ ଅଧିକ ଆକାଉଂଟ ଉପରେ ପ୍ରତିବନ୍ଧକ ଲଗାଇଥିଲା । ମେଟା ମାଲିକାନା ରିପୋର୍ଟ କରିଛି ଯେ ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଅକ୍ଟୋବରରେ ଏହା ଭାରତରେ ଦୁଇ ଲକ୍ଷରୁ ଅଧିକ ଆକାଉଂଟକୁ ନିଷିଦ୍ଧ କରିଛି । ହ୍ୱାଟ୍ସଆପ୍ ମଧ୍ୟ ସେହି ମାସରେ ୫୦୦ ଟି ଅଭିଯୋଗ ଗ୍ରହଣ କରିଥିଲା ଏବଂ ସେଥିମଧ୍ୟରୁ କେବଳ ୧୮ଟିରେ କାର୍ଯ୍ୟ କରାଯାଇଥିଲା । ହ୍ୱାଟ୍ସଆପ୍ ମୁଖପାତ୍ରଙ୍କ ତରଫରୁ କୁହାଯାଇଛି ଯେ ଅକ୍ଟୋବର ମାସରେ ହ୍ୱାଟ୍ସଆପ୍? ୨୦ଲକ୍ଷରୁ ଅଧିକ ଆକାଉଂଟ ଉପରେ ପ୍ରତିବନ୍ଧକ ଲଗାଇଛି ବୋଲି ମାସିକ ରିପୋର୍ଟରେ ଏହା ରେକର୍ଡ କରାଯାଇଛି । ଭାରତରେ ହ୍ୱାଟ୍ସଆପ୍ ରେ ୪୦୦ ମିଲିୟନ୍ ୟୁଜର୍ସ ଅଛନ୍ତି । ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୨୧ କୋଟିରୁ ଅଧିକ ଆକାଉଂଟ ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ବ୍ୟତୀତ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍? ତାର ୟୁଜର୍ସଙ୍କ ପାଇଁ ପ୍ରତିଦିନ ନୂଆ ଫିଚର୍ସ ଏବଂ ଅପଡେଟ୍ ଆଣିଥାଏ । ଏଥି ସହିତ କମ୍ପାନୀ ମଧ୍ୟ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ, ଯାହା ଦ୍ୱାରା ୟୁଜର୍ସମାନଙ୍କର ତଥ୍ୟ ଏବଂ ବ୍ୟକ୍ତିଗତ ସୂଚନା ଯେପରି ଭାବରେ ସୁରକ୍ଷିତ ରହିବ ।
