ଆଗାମୀ ଦିନରେ କରୋନାର ସ୍ଥିତି, ଅବସ୍ଥିତି କଣ? ଜାଣନ୍ତୁ ବିଶେଷଜ୍ଞଙ୍କ ରାୟ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଓମିକ୍ରନ୍ ବଢୁଥିବା ମାମଲା ମଧ୍ୟରେ ବୈଜ୍ଞାନିକମାନେ ଅନେକ ଚେତାବନୀ ଦେଇଛନ୍ତି । ବିଶେଷଜ୍ଞମାନେ କହିଛନ୍ତି, ଓମିକ୍ରନ୍ କରୋନାର ଶେଷ ଭାରିଏଣ୍ଟ ହେବ ନାହିଁ । ସଂକ୍ରମଣର ପରିସ୍ଥିତି ଯେତେ ଶୀଘ୍ର ଏହାର ନୂତନ ପ୍ରକାରର ଆଗମନ ହେବାର ଆଶଙ୍କା ମଧ୍ୟ ଶୀଘ୍ର ବଢୁଥିବା ଟେଲିଗ୍ରାଫ୍ ରିପୋର୍ଟରେ ବୋଷ୍ଟନ୍ ୟୁନିଭରସିଟିର ଏପିଡେମୋଲୋଜିଷ୍ଟ୍ ଲିଓନାର୍ଡୋ ମାର୍ଟିନେଜ୍ ଅନେକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି । ଲିଓନାର୍ଡୋଙ୍କ ଅନୁଯାୟୀ ସଂକ୍ରମଣ ଶୀଘ୍ର ବଢୁଛି । ଏହା ଓମିକ୍ରନ୍ ଉପରେ ପ୍ରଭାବ ପକାଇବ । ଏହାଦ୍ୱାରା ଏହି ଭୂତାଣୁ ଦିନକୁ ଦିନ ପରିବର୍ତ୍ତନ ହୋଇପାରେ।
ସହଜ ଭାଷାରେ ବୁଝାଇବାକୁ ଗଲେ କୋରୋନା ଭାଇରସ ନିଜ ଭିତରେ ହିଁ ପରିବର୍ତ୍ତନ କରିବ । ଏହି ପରିବର୍ତ୍ତନ ପରେ ନୂଆ ଭାରିଏଣ୍ଟ ତିଆରି ହୋଇପାରିବ । ଯାହା ଦିନକୁ ଦିନ ଭୟାନକ ସ୍ଥିତିକୁ ଚାଲିଯିବ । ଲିୟାନୋର୍ଡ କହିଛନ୍ତି ଯେ, ନଭେମ୍ବରରେ ଓମିକ୍ରନର ସ୍ଥିତି ଜଣାପଡ଼ିଲା ଏବଂ ଏହା ବହୁତ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି। ରିସର୍ଚ୍ଚରେ ଏହା ପ୍ରମାଣିତ ହୋଇଛି ଯେ, ଡେଲ୍ଟା ଠାରୁ ଓମିକ୍ରନ ୪ ଗୁଣା ଦ୍ରୁତଗତିରେ ସଂକ୍ରମଣ କରୁଛି।
ଲିଓନାର୍ଡୋ କହିଛନ୍ତି ଯେ, ସେହି ଲୋକମାନଙ୍କଠାରେ ଓମିକ୍ରନ୍ ସଂକ୍ରମଣ ମଧ୍ୟ ଦେଖାଦେଉଛି, ଯେଉଁମାନେ ଭଭୟୋ କୋରୋନା ଭ୍ୟାକସିନ ବି ନେଇଛନ୍ତି । ଜୋନ୍ ହପକିନ୍ସ ୟୁନିଭର୍ସିଟିର ଏପିଡେମୋଲୋଜିଷ୍ଟ୍ ଡକ୍ଟର ଷ୍ଟୁଆର୍ଟ କ୍ୟାମ୍ପବେଲ ମଧ୍ୟ ଓମିକ୍ରନ୍ର ବଢୁଥିବା ମାମଲା ଉପରେ କହିଛନ୍ତି। ଡକ୍ଟର ଷ୍ଟୁଆର୍ଟ କୁହନ୍ତି, ଯଦି ସଂକ୍ରମଣର ଘଟଣା କ୍ରମାଗତ ଭାବରେ ବଢୁଥାଏ ଏବଂ ତାହା ଦୀର୍ଘ ସମୟ ଧରି ଚାଲିଥାଏ, ତେବେ ନୂତନ ପ୍ରକାର ବା ଭାରିଏଣ୍ଟ ଗୁଡ଼ିକ ମଧ୍ୟ ସୃଷ୍ଟି ହୋଇଥାଏ।
ଓମିକ୍ରନ୍ ବିଷୟରେ ସବୁଠାରୁ ପ୍ରଥମେ ରିସର୍ଚ୍ଚ କରିଥିବା ଡକ୍ଟର ଆଞ୍ଜେଲିକ୍ କୋଏଟଜୀ ମଧ୍ୟ ଏକ ସାକ୍ଷାତକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଯଦି ଡେଲଟା ଏବଂ ଓମିକ୍ରନ୍ ନିଜର ଭାରିଏଣ୍ଟ ପରିବର୍ତ୍ତନ କରନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ସେ କହିଛନ୍ତି । ଆଉ ଗୋଟିଏ କଥା ହେଉଛି ଯାହା ବିଚଳିତ କରୁଛି, ତାହା ହେଉଛି ମହାମାରୀରେ ଜୀବାଣୁ ସଂକ୍ରମଣ ରୋଗୀଙ୍କୁ ଦିଆଯାଇଥିବା ଆଣ୍ଟିବାୟୋଟିକ୍ । ଏହିପରି ଭାବରେ, ସଂକ୍ରମଣ ମଧ୍ୟରେ ଆଣ୍ଟିବାୟୋଟିକ୍ ର ଦାୟିତ୍ୱହୀନ ବ୍ୟବହାର ବ୍ୟାକ୍ଟେରିଆ ମହାମାରୀର କାରଣ ହୋଇପାରେ, ଯାହା ମୃତ୍ୟୁକୁ ଆମନ୍ତ୍ରଣ କରିପାରେ।
