ସଇଁନ୍ତଲା ଓ ଫପସିରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ
ସଇଁନ୍ତଲା : ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ୱକପର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଟ୍ରଫିକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପରିକ୍ରମା କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲା ସଇଁନ୍ତଲାରେ ସ୍ଥାନୀୟ ବିଡିଓ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ନବିନ ଛକରେ ଟ୍ରଫିକୁ ସ୍ୱାଗତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସ୍ଥାନୀୟ ପଞ୍ଚାୟତ କଲେଜର ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଳ, କେରମେଲି ସରପଞ୍ଚ ଅଶୋକ ସାହୁ,କନ୍ଧକେଲଗାଁ ସରପଞ୍ଚ ଅହଲ୍ୟା ସାହୁ, କଅସର ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ସାହୁ, ଘୁନସର ସରପଞ୍ଚଙ୍କ ପ୍ରତିନିଧି ଚମ୍ପୁ ସେଠ ଓ ବିନୋଦ ନାଗଙ୍କ ସମେତ କଲେଜର ଛାତ୍ରଛାତ୍ରୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଏମବିକେ ଓ ସଇଁନ୍ତଲାର ଶତାଧିକ ଜନସାଧାରଣ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।
ସେହିପରି ଗଣ୍ଡପତ୍ରାପାଲି ପଞ୍ଚାୟତର ଫପସିରେ ମଧ୍ୟ ହକି ବିଶ୍ୱକପ ଟ୍ରଫିକୁ ବିଡିଓ ଚନ୍ଦ୍ରମଣି ନାଗଙ୍କ ତତ୍ୱାବଧାନ ଓ ସରପଞ୍ଚ ମନିଷ ସୁନାଙ୍କ ନେତୃତ୍ୱରେ ସ୍ୱାଗତ କରାଯାଇଥିବାବେଳେ ଜିଲା ପରିଷଦ ସଭ୍ୟା ରିତାରାଣି ହାତୀ, ହିମାଞ୍ଚଲ ବୁଡ଼େକ, ବିଜେଡି ଯୁବ ନେତା ରାଜକିଶୋର ଡାଙ୍ଗ, କରମତଲା ସରପଞ୍ଚ ତିଳୋତ୍ତମା ବାଗ, ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, କୁଇକେଡ଼ା ସରପଞ୍ଚ ଯୁଗଲାଲ ମାଝୀ, ବିଏଲସି ସୁଧାଂଶୁ ଶେଖର ବଚ୍ଛାଙ୍କ ସମେତ ସମସ୍ତ ଏମବିକେ, ସିଆରପିସିଏମ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଉପସ୍ଥିତ ଥିଲେ ।
