ଜଳେଶ୍ୱର-ପୁରୀ-ଜଳେଶ୍ୱର ମେମୋ ଲୋକାଲ ଟ୍ରେନ୍କୁ ବସ୍ତାରେ ଭବ୍ୟ ସ୍ୱାଗତ
ବସ୍ତା : ଆଗାମୀ ନୂଆବର୍ଷ ଠାରୁ ଚାଲିବାକୁ ଥିବା ଜଳେଶ୍ୱର-ପୁରୀ-ଜଳେଶ୍ୱର ମେମୋ ଲୋକାଲକୁ ଗୁରୁବାର ଅପରାହ୍ନ ୫ଟା ୩୦ ମିନିଟ୍ ସମୟରେ ଭୂବନେଶ୍ୱରରୁ ବସ୍ତା ପହଞ୍ôଚବା ପରେ ଭବ୍ୟ ସ୍ୱାଗତ କରାଯାଇଛି । ଟ୍ରେନ୍ରେ ଆସିଥିବା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ମଧ୍ୟ ବସ୍ତା ବାସୀ, ବସ୍ତା ରେଳ ବ୍ୟବହାର କାରୀ ସଂଘ ତଥା ଭାଜପା ତରଫରୁ ସ୍ୱାଗତ ସହ ଧନ୍ୟବାଦ ଅର୍ପଣ କରାଯାଇଛି ।
ଉକ୍ତ ଟ୍ରେନ୍ଟି ଆସନ୍ତା ଜାନୁଆରୀ ୧ ତାରିଖ ଠାରୁ ପୂର୍ବାହ୍ନ ୪ଟା ୫୦ମିନିଟରେ ଜଳେଶ୍ୱରରୁ ବାହାରି ୧୨ଟା ୩୦ ମିନିଟରେ ପୁରୀରେ ପହଞ୍ଚି ପୁଣି ଅପରାହ୍ନ ୧ଟା ୧୫ରେ ପୁରୀ ଛାଡ଼ି ୭ଟା ୫୦ରେ ଜଳେଶ୍ୱର ପହଞ୍ôଚବ ବୋଲି ଜଣାଯାଇଛି । ତେବେ ଏହି ଟ୍ରେନ୍ଟି କଟକ ହୋଇ ଯିବାକୁ ଥିବାରୁ ରେଳ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
