କେନ୍ଦ୍ର ସରକାରଙ୍କୁ ଚେତାବନୀ ଯାଜପୁର ରୋଡ଼-ଧାମରା ରେଲ୍ ପଥକୁ ମଞ୍ଜୁରୀ ଦିଆନଗଲେ ୨୭ରେ ଧାରଣା ଓ ଫେବୃୟାରୀ ୭ରେ ରେଲ ରୋକ
Railway line in morning fog in rural Bavaria, Germany
ଯାଜପୁର : ଯାଜପୁର ରୋଡ଼-ଧାମରା ରେଲ୍ ପଥ ସଂଗ୍ରାମ ସମିତି ପକ୍ଷରୁ ଜାନୁୟାରୀ ୨୭ରେ ଭୂବନେଶ୍ୱର ସ୍ଥିତ ପୁର୍ବତଟ ରେଲ୍ପଥ ଜୋନ୍ କାର୍ଯ୍ୟାଳୟ ସମ୍ମୁଖରେ ଯାଜପୁର ବାସୀ ଗଣଧାରଣା କାର୍ଯ୍ୟକ୍ରମ ରେ ସାମିଲ ହେବା ସହିତ ଫେବୃୟାରୀ ୭ରେ ରେଲ ରୋକ ପାଇଁ ଆହ୍ୱାନ ଦିଆଯାଇଛି । ଶନିବାର ପୁର୍ବାହ୍ନରେ ଶାନ୍ତି ମଣ୍ଡପ ଠାରେ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କୁ ଓ ରାଜ୍ୟ ସରକାରଙ୍କୁ ରେଲ ପଥ ନିର୍ମାଣ ନିମନ୍ତେ ବହୁବାର ସ୍ମାରକପତ୍ର ପ୍ରଦାନ କରାଯିବା ସତ୍ତ୍ୱେ କୈାଣସି ଫଳପ୍ରଦ ହୋଇନଥିବା ନେଇ ଏଭଳି ଗଣଧାରଣା ଦିଆଯିବା ପାଇଁ ଘୋଷଣା କରାଯାଇଛି । ଜାନୁୟାରୀ ୨୭ରେ ଗଣଧାରଣା ଜରିଆରେ କେନ୍ଦ୍ର ସରକାରଙ୍କୁ ଚେତାବାନୀ ଦିଆଯିବା ସହିତ ଫେବୃୟାରୀ ୭ରେ ରେଲ ରୋକ ଅଭିଯାନ କରିବା ପାଇଁ ନିଷ୍ପତି ନିଆଯାଇଛି । ଫେବୃୟାରୀ ୧ରେ କେନ୍ଦ୍ର ବଜେଟ୍ରେ ଯାଜପୁର ରୋଡ଼ ଧାମରା ରେଲ ପଥ ମଞ୍ଜୁରୀ ସଂକ୍ରାନ୍ତୀୟ ଘୋଷଣା ସହ ବ୍ୟୟ ବରାଦ ନହେଲେ ଫେବୃୟାରୀ ୭ରେ ଯାଜପୁର ରୋଡ଼ , ଭଦ୍ରକ ଓ ଧାମରାରେ ରେଲ ରୋକ କରାଯିବା ବୋଲି ନିସ୍ପତି ଗ୍ରହଣ ହୋଇଛି । ପୁର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଏହି ଦାବି ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ପ୍ରତି ସମର୍ଥନ ଘୋଷଣା ସହ ଯାଜପୁର ରୋଡ଼ରେ ଏକ ରେଲ ଡ଼ିଭିଜନ୍ ପ୍ରତିଷ୍ଠା ପାଇଁ ଦାବି କରିଥିଲେ । ଶ୍ରୀ ଖୁଣ୍ଟିଆ ତାଙ୍କ ଭାଷଣରେ କହିଥିଲେ ଯେ ସେ ସାଂସଦ ଥିବା ବେଳେ ଯାଜପୁର ରୋଡ଼ ଧାମରା ରେଲପଥ ସର୍ଭେ କରିବା ପାଇଁ ତତ୍କାଳିନ ରେଲ ମନ୍ତ୍ରୀଙ୍କ ପାଖରେ ଦାବି କରିବା ଫଳରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ଗ୍ଲୋବାଲ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଡ଼ାକ୍ତର ରାଜ କିଶୋର ପଣ୍ଡା, ଡ଼ ରବି ବେହେରା, ଦିବ୍ୟସିଂ ନାୟକ, ସତ୍ୟ ପ୍ରକାଶ ବେହୁରିଆ, ପଦ୍ମାଙ୍କର ଗୁରୁ, ସୁରେନ୍ଦ୍ର ରାୟ, ସତ୍ୟ ପ୍ରକାଶ ବେହୁରିଆ, ସନ୍ତୋଷ ନନ୍ଦ, ଯାଜପୁର ବିକାଶ ମଞ୍ଚର ସଭାପତି ତରୁଣ ନନ୍ଦ, ପୁର୍ଣ୍ଣଚନ୍ଦ୍ର ଦାସ, ପ୍ରଫୁଲ ନାୟକ, ରାଧା ଦାସ, ହୃଷିକେଶ ପତି, ମଧୁସୁଦନ ଜେନା, ଆଡ଼ଭୋକେଟ ଶୁଭ୍ରାଂଶୁ ଶେଖର ରାୟ, ଅବିନାଶ ମହାପାତ୍ର ପମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଯାଜପୁର ରୋଡ଼ ଧାମରା ରେଲପଥ ଦାବି ହାସଲ ପାଇଁ ସଂଗ୍ରାମକୁ ତିବ୍ରତର କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରସ୍ତାବିତ ଏହି ୯୫.୯୫ କିଲୋମିଟର ଦର୍ଘ୍ୟ ବିଶିଷ୍ଠ ରେଲପଥ ଯାଜପୁର ରୋଡ଼ ଓ ଧାମରା ମଧ୍ୟରେ ରାମପୁର-ଶଗଡ଼ି, ଯାଜପୁର ଟାଉନ୍, ଶିରିପୁରା, ମଙ୍ଗଳପୁର, ଆରଡ଼ି ଓ ବିଶ୍ୱାଳି ଆଦି ସ୍ଥାନରେ ରେଲ୍ ଷ୍ଟେସନ୍ କରାଯିବାର ପ୍ରସ୍ତାବ ରହିଛି । ରେଲପଥ ନିର୍ମାଣରେ ୧୦୪୨କୋଟି ୬୨ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ୨୭.୪୩ଶତାଂଶ ଲାଭ ହେବ ବୋଳି ଆକଳନ କରାଯାଇଛି । ସାଧାରଣତଃ ଶତକଡ଼ା ୧୦ଭାଗ ଲାଭର ସମ୍ଭାବନା ଥିଲେ ନୂତନ ରେଲପଥ ନିର୍ମାଣ କରାଯାଇଥାଏ । କେନ୍ଦ୍ର ସରକାରଙ୍କ ଶାସନ ଅମଳରେ ବହୁ ରେଲପଥ ଆଦୈା ଲାଭ ହେବାର ସମ୍ଭାବନା ନଥିବା ବେଳେ ତାହାକୁ ମଞ୍ଜୁରୀ ମିଳିଥିବା ଉଦ୍ବୋଧନରେ ବକ୍ତାମାନେ ପ୍ରକାଶ କରିଥିଲେ । ଓଡ଼ିଶାର ପୁର୍ବତନ ରାଜଧାନୀ ତଥା ଯାଜପୁର ଜିଲାର ସଦର ମହକୁମା ସହ ରେଲପଥ ସଂଯୋଗ ପ୍ରତିଷ୍ଠା ହୋଇ ଏକ ଐତିହାସୀକ ତ୍ରୁଟିର ସଂଶୋଧନ ହୋଇ ପାରିବ ବୋଲି ମତପ୍ରକାଶ ପାଇଥିଲା । ୨୦୨୩-୨୪ବଜେଟ୍ରେ ବ୍ୟୟ ବରାଦ କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।
