ଶରୀରର ଓଜନ କମାଇବାକୁ ଚାହୁଁଛନ୍ତି କି ? ପ୍ରତିଦିନ ଖାଆନ୍ତୁ ଏହି ୪ଟି ପରିବା
Woman cooking at the kitchen
ବର୍ତ୍ତମାନ ସମୟରେ ବଦଳୁଥିବା ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ହେତୁ ଅନେକ ଲୋକେ ବିଭିନ୍ନ ପ୍ରକାର ରୋଗର ଶୀକାର ହେଉଛନ୍ତି । ମୁଣ୍ଡ ବିନ୍ଧା, ପେଟ ଯନ୍ତ୍ରଣା ଓ ଏସିଡିଟି ପ୍ରତି ଘରେ ଘରେ ଏକ ସମସ୍ୟା ହୋଇ ଉଭା ହେଲାଣି । କେବଳ ଏତିକି ନୁହେଁ ଫାଷ୍ଟ ଫୁଡ୍ ଓ ଜଙ୍କ ଫୁଡ୍ କୁ ଅତ୍ୟାଧିକ ଖାଇବା ଦ୍ୱାରା ଲୋକମାନଙ୍କର ପେଟ ବଢ଼ିବା ସମସ୍ୟା ମଧ୍ୟ ଦେଖାଦେଲାଣି । ସେଥିପାଇଁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଦୈନନ୍ଦିନ ଖାଇବା ଏହି ସବୁ ପରିବା ସାମିଲ କରାନ୍ତୁ । ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ଭରପୁର ମାତ୍ରାରେ ନ୍ୟୁଟ୍ରିଏଣ୍ଟ ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ତା’ହାଲେ ଆସନ୍ତୁ ଜାଣିବା କେଉଁ ସବୁଜ ପନିପରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇ ପାରିବା ?
୧-ମାଟି ତଳେ ହେଉଥିବା ଏହି ମୂଳ ଜାତୀୟ ପରିବାଟି ପେଟର ଚର୍ବି କମାଇବାରେ ବେଶ ସହାୟକ ହୋଇଥାଏ । ଗାଜର ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀ ସୃଷ୍ଟି ହେବା ସହିତ ମେଟାବୋଲିଜିମ ପ୍ରକ୍ରିୟା ଉନ୍ନତ ହୋଇଥାଏ । ଯାହାଫଳରେ ଶରୀରରେ ଖାଦ୍ୟ ହଜମ ହେବା ପାଇଁ ସହାୟତା ମିଳିଥାଏ । ତେଣୁ ଆପଣ ଯଦି ଓଜନ ବଢ଼ିବା ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତା’ହାଲେ ନିୟମିତ ଗାଜର ଖାଆନ୍ତୁ ।
୨-ବ୍ରୋକୋଲି ଶରୀରରେ ଓଜନ କମାଇବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ-ସି’ ଓ କ୍ୟାଲସିୟମ ଭଳି ନୁ୍ୟଟ୍ରିଏଣ୍ଟଓ ମିଳିଥାଏ । ଭିଟାମିନ-ସି ଦ୍ୱାରା ପେଟରେ ଫ୍ୟାଟ ଏନର୍ଜି କମିଥାଏ । ଏହା ଏକ ହାଇକ୍ରାବ୍ ପରିବା ହୋଇଥିବାରୁ ପେଟରେ ଚର୍ବି କମାଇବାରେ ସହାୟକ ହୋଇଥାଏ ।
୩-ଏହି ସବୁଜପତ୍ର ବା ସାଗକୁ ଯଦି ସାଲାଡରେ ବ୍ୟବହାର କରାଯାଏ ତାହାଲେ ଶରୀର ପାଇଁ ବହୁତ ଉପକାରି ହୋଇଥାଏ । ପାଳଙ୍ଗ ସାଗ ଖାଇବା ଦ୍ୱାରା ପେଟର ଫ୍ୟାଟ କମାଇବାରେ ସହାୟକ ହୋଇଥାଏ । ଏଥିରୁ ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-କେ, ଆଇରନ ଓ ପୋଟାସିୟମ ଭଳି ନୁ୍ୟଟ୍ରିଏଣ୍ଟଓ ମିଳିଥାଏ ।
୪-ଲାଲ୍ କ୍ୟାପ୍ସିକମରେ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରିବା ସମୟରେ ବ୍ୟବହାର କରାଯାଏ । ଏଥିରେ ସୋଡ଼ିୟମ, କାର୍ବୋହାଇଟ୍ରେଟ, ଫାଇବର, ସୁଗର, ପ୍ରୋଟିନ, ଭିଟାମିନ ସି ଭଳି ଅନେକ ନ୍ୟୁଟ୍ରିଏଣ୍ଟସ ମହଜୁଦ ରହିଛି । ଏହି କ୍ୟାପ୍ସିକମକୁ ଖାଇବା ଦ୍ୱାରା ପେଟରୁ ଚର୍ବି କମିଥାଏ ବୋଲି ବହୁତ କମ୍ ଲୋକ ଜାଣିଥାଆନ୍ତି ।
