ଭିଭିଏସ୍ ଲକ୍ଷ୍ମଣ ହେବେ ଜାତୀୟ କ୍ରିକେଟ ଏକାଡେମୀର ନୂଆ ମୁଖ୍ୟ
ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପରେ ଭିଭିଏସ୍ ଲକ୍ଷ୍ମଣ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ର ମୁଖ୍ୟ ଭାବେ ଦାୟିତ୍ୱ ନେବେ । ଏନେଇ ରବିବାର ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ’ର (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ସୁନିଶ୍ଚିତ କରି କହିଛନ୍ତି। ସେହିପରି ଭାରତୀୟ ଅଣ୍ଡର-୧୯ ଓ ଏ ଟିମ୍ର ପ୍ରସ୍ତୁତି ମଧ୍ୟ ତଦାରଖ କରିବେ ଲକ୍ଷ୍ମଣ । ହାଇଦ୍ରାବାଦ ଆଇପିଏଲ ଟିମ୍ର ମାର୍ଗଦର୍ଶକ ପଦରୁ ଇସ୍ତଫା ଦେବେ ଲକ୍ଷ୍ମଣ
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏନେଇ ସ୍ପଷ୍ଟ କରିଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ ପୂର୍ବତନ କ୍ରିକେଟରମାନେ ଭାରତୀୟ କ୍ରିକେଟର ଉନ୍ନତି ପାଇଁ ଆଗେଇ ଆସିବା ଉଚିତ୍ । କେବଳ ଗାଙ୍ଗୁଲି ନୁହେଁ ବୋର୍ଡ ସଚିବ ଜୟ ଶାହା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଚାହୁଁଥିଲେ ଯେ ଲକ୍ଷ୍ମଣ ଏନସିଏର ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତୁ । ଏହାପୂର୍ବରୁ ବିସିସିଆଇ ସୂତ୍ରରୁ ପ୍ରକାଶ ପାଇଥିଲା ଯେ ରାହୁଲ ଦ୍ରାବିଡଙ୍କ ସହ ଲକ୍ଷ୍ମଣଙ୍କର ଏକ ବିଶେଷ ସମ୍ପର୍କ ଅଛି ବୋଲି କୁହାଯଉଥିଲା । ଏମାନଙ୍କ ଯୋଡି ବହୁତ ଭଲ ହେବ । ଉଭୟ ଭାରତୀୟ କ୍ରିକେଟ୍ କୁ ଆଗକୁ ନେବା ପାଇଁ କାମ କରନ୍ତି । ଉଲ୍ଲେଖନୀୟ କଥା ହେଉଛି, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିବେ । ପ୍ରଶିକ୍ଷକ ହେବା ପରେ ଦ୍ରାବିଡ ତାଙ୍କର ରୋଡମ୍ୟାପ ଏବଂ ସେ କିପରି ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଉତ୍ତରାଧିକାରୀ ଆଗକୁ ବଢାଇବାକୁ ଚାହୁଁଛନ୍ତି ତାହା ଉଲ୍ଲେଖ କରିଛନ୍ତି ।
