ରାଜସ୍ଥାନରେ ମତଦାନ ଆରମ୍ଭ, ୧ହଜାର ୮୭୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ
ନୂଆଦିଲ୍ଲୀ : ଆଜି ରାଜସ୍ଥାନର ୧୯୯ ନିର୍ବାଚନ ମଣ୍ଡଳୀରେ ମତଦାନ । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ । ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ ମତଦାନ । ୫୨ ହଜାର ପୋଲିଂ ବୁଥ୍ ରେ ନେତା ବାଛୁଛନ୍ତି ପ୍ରାୟ ୫ କୋଟିରୁ ଅଧିକ ଭୋଟର । ୧ ହଜାର ୮୭୪ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ ହେଉଛି ।
ରାଜସ୍ଥାନରେ ବିଜେପି-କଂଗ୍ରେସ ମଧ୍ୟରେ ସିଧା ଟକ୍କର ରହିଛି। ବର୍ତ୍ତମାନ କ୍ଷମତାରେ ଅଛି କଂଗ୍ରେସ। ଦଳରେ ପାଇଲଟ-ଗେହଲଟ ବିବାଦ ଥିଲେ ମଧ୍ୟ ଉଭୟ ନେତା ଜୋରଦାର ପ୍ରଚାର କରିଥିଲେ। ସେପଟେ ରାଜସ୍ଥାନରେ ବିଜେପିର ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। କିନ୍ତୁ ବିଜେପି ଦଳ କାହାକୁ ବି ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରି ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ହିଁ ରାଜସ୍ଥାନରେ ବଡ଼ ଚେହେରା ଥିଲେ। ତେଣୁ ଆଜି ଜନତା କାହାକୁ ବାଛିବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ଡିସେମ୍ବର ୩ରେ ଗଣତି ହେବ।
