ସଂରକ୍ଷଣ ତାଲିକା ଚୂଡାନ୍ତ ପରେ ଭୋଟର ତାଲିକା ପ୍ରସ୍ତୁତ ହେବ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ଶୁକ୍ରବାର ପ୍ରକାଶ ପାଉଛି ସଂରକ୍ଷଣ ଚିଠା ତାଲିକା । ଏନେଇ ସଂରକ୍ଷଣ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ।
ସେ କହିଛନ୍ତି, ଆସନ୍ତା ୨୬ ତାରିଖ ସୁଦ୍ଧା ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚଙ୍କ ସଂରକ୍ଷଣ ତାଲିକା ଚୂଡାନ୍ତ କରି ରାଜ୍ୟ ସରକାର ନିର୍ବାଚନ କମିଶନଙ୍କୁ ଦେବେ। ୩୦ ତାରିଖ ଭିତରେ ଜିଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଦେବେ । ଏହାପରେ ନିର୍ବାଚନ କମିଶନ ଭୋଟର ତାଲିକା ପ୍ରସ୍ତୁତ କରିବେ। ଭୋଟର ଲିଷ୍ଟ ପ୍ରସ୍ତୁତ ପାଇଁ ମାସେ ଦେଢ଼ମାସ ସମୟ ଲାଗିବ। ତାପରେ ନିର୍ବାଚନ ପ୍ରକ୍ରିୟାକୁ ଯିବୁ ବୋଲି ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ।
