ଭୋଟ ଗଣତି ଜାରି ! ୩୧୫ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ, ୨୬୪ ଜୋନରେ ଆଗୁଆ ବିଜେଡି
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ଆଜିଠୁ ଆରମ୍ଭ ହୋଇ ସୋମବାର ଶେଷ ହେବ ଗଣତି କାର୍ଯ୍ୟକ୍ରମ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟର ତଥ୍ୟ ହାସଲ ହୋଇଛି । ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ଆଗୁଆ ରହିଛି ।
ବର୍ତ୍ତମାନ ସୁଦ୍ଧା ସମସ୍ତ ୩୧୫ ଜିଲା ପରିଷଦ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ଆସିଯାଇଛି । ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିରୋଧୀଙ୍କୁ ପଛରେ ପକାଇ ଏକ ପାଖିଆ ବିଜୟ ହାସଲ କରିଛି ବିଜୁ ଜନତା ଦଳ । ତେବେ ୩୧୫ ଜୋନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟରୁ ୨୬୭ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି । ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଥିବାବେଳେ ୬ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି । ଏନେଇ ରାଜ୍ୟ ନିର୍ବାଚନ ନିର୍ବାଚନ କମିଶନଙ୍କ ଅଫିସ ପକ୍ଷରୁ ସୂଚନା ମିଳିଛି । ସେହିପରି ଶାନ୍ତି ଶୃଙ୍ଖଳାରେ ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତି ଗଣତି କେନ୍ଦ୍ରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି ।
