ବାରିପଦା ଷ୍ଟାଡିୟମରେ ଭଲିବଳର ଜନ୍ମଦିନ ପାଳିତ ବାରିପଦାରେ ଭଲିବଲ କୋଚିଂ ସେଂଟର ଖୋଲିବା ଦାବୀ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପରିସରରେ ମୟୁରଭଂଜ ଏଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଭଲିବଲର ଜନ୍ମଦିନ ପାଳିତ ହୋଇଯାଇଛି ଓ ଏହି ଅବସରରେ ଏକ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଓ ଏହି ମ୍ୟାଚରେ ମୟୁରଭଂଜ ଗ୍ରାମାଂଚଳ ଦଳ ମା କିଚକେଶ୍ୱରୀ ଦଳକୁ ପରାସ୍ତ କରିଥିଲା ଓ ମୁଖ୍ୟ ଅତିଥି ଭାବେ ମୟୁରଭଂଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ଭଲିବଲ ସହ ସମ୍ପାଦକ ପାର୍ଥ ସାରଥୀ ସ୍ୱାଇଁ, ସହ ସମ୍ପାଦକ ବୈଦ୍ୟନାଥ ରଥ, ମିଡ଼ିଆ ସଂଯୋଜକ ସୋମନାଥ ସିଂହ, ଭାନୁ ପ୍ରତାପ ଭଂଜଦେଓ, ମଂଟୁ ଦା, ଚନ୍ଦ୍ରମୋହନ ଦଳେଇ, ଦୀପକ ବେହେରା, ପ୍ରଭାସ କୁମାର ସାହୁ, ବରିଷ୍ଠ କ୍ରୀଡ଼ାବିତ ନନ୍ଦଲାଲ ମହାପାତ୍ର, ଦଲନ ଚନ୍ଦ୍ର କୁଅଁରବାବୁ, ରାଜୀବ କୁମାର ଭୂୟାଁ, କ୍ରୀଡା ଶିକ୍ଷକ ଅରୁଣ କୁମାର, ଅନିଲ ଗିରି, ଆଶିଷ ସେଠି ପ୍ରମୁଖ ଉପସ୍ଥିତ ଥିଲେ ଓ ଏହି ଅବସରରେ ଜାତୀୟ ଖେଳାଳି ସୁନୀଲ କୁମାର ଧଳ, ମାନସ ରଂଜନ ଦଳେଇ, ରୋହିତ ମହାନ୍ତି ଓ ବିନୋଦ କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା ଓ ଶେଷରେ ରାଜ୍ୟ ଭଲିବଲ ଆସୋସିଏସନର ଉପ ସଭାପତି ତଥା ଏନ ଆଇ ଏସ କୋଚ ମନୋରଂଜନ ଜୀଉ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଭଲିବଲ ଉନ୍ନତି ପାଇଁ ବାରିପଦାରେ ଏକ ଭଲିବଲ କୋଚିଂ ସେଂଟର ଖୋଲିବାକୁ ଦାବୀ କରିଥିଲେ ।
