ଦଶରଥପୁର ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ଯାଜପୁର : ଶନିବାର ଦିନ ବିଶ୍ୱକର୍ମା ପୂଜା ଅବସରରେ ଦଶରଥପୁର ବ୍ଳକ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି ।ଏହି ପୂଜାକାର୍ଯ୍ୟରେ ଦଶରଥପୁର ବିଦ୍ୟୁତ ଉପଖଣ୍ଡର ନିର୍ବାହୀ ଯନ୍ତ୍ରୀ ଗୌରହରି ମଣ୍ଡଳ, ଏସ୍ଡିଓ ବ୍ରଜକିଶୋର ଧଳ, ଜୁନିୟର ଇଂଜିନିୟର ଦିଲ୍ଲୀପ ଶଙ୍କର ପାଣିଗ୍ରାହୀ, ଲାଇନ୍ ମ୍ୟାନ ଅନିରୁଦ୍ଦିନ ଖାଁନ, କେଦାରେଶ୍ୱର ସାମଲ, ବିଶେଶ୍ୱର ସାମଲ, ଅନିଲ୍ ସାହୁ, ମାନସ କୁମାର ସେଠୀ, ଦୁଶାସନ ଦାସଙ୍କ ସମେତ ବିଦ୍ୟୁତ ଉପଭୋକ୍ତା ମାନେ ଯୋଗଦେଇ ବିଶ୍ୱକର୍ମା ପୂଜାକରିଥିଲେ ।ଏହି ଅବସରରେ ସମସ୍ତେ ବିଶ୍ୱକର୍ମାଙ୍କ ପ୍ରସାଦ ସେବନ କରିଥିଲେ ।
