ବିଶ୍ୱକର୍ମା ଭସାଣୀ ଉତ୍ସବ
ପୁରୀ : ବିଶ୍ୱକର୍ମା ଭସାଣୀ ଉତ୍ସବ ରଙ୍ଗାରଙ୍ଗ ଶୋଭାଯାତ୍ରା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱକର୍ମା ଟ୍ୟାକ୍ସି କର୍ମଚାରୀ ସଂଘ ପକ୍ଷରୁ ଏହି ଭସାଣୀ ଉତ୍ସବ ଆୟୋଜନ କରାଯାଇଥିଲା । ବଡ଼ଦାଣ୍ଡ ବଗଲା ଧର୍ମଶାଳା ଛକ ଠାରୁ ମଙ୍ଗଳାଘାଟ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଯାଇଥିଲା । ସେଠାରେ ମେଢ ଗୁଡ଼ିକୁ ଅସ୍ଥାୟୀ ପୁଷ୍କଋଣୀରେ ବିସର୍ଜନ କରାଯାଇଥିଲା । ଶୋଭାଯାତ୍ରାରେ ନାଗା ମେଢ, ସମୁହ ଘଂଟା ବାଦ୍ୟ ସହ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଭସାଣୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି,ପୂର୍ବତନ କାଉନସିଲର ସବ୍ୟସାଚୀ ମହାପାତ୍ର, ସାମ୍ବାଦିକ ଜଗନ୍ନାଥ ବସ୍ତିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ରବିନ୍ଦ୍ର କୁମାର ସାହୁ, ଉପସଭାପତି ଭବାନି ଶଙ୍କର ବାରିକ, ସହ ସମ୍ପାଦକ କାଳୁ ଚରଣ ସେଠୀ, କୋଷାଧ୍ୟକ୍ଷ ଲକ୍ଷ୍ମୀଧର ପ୍ରଧାନ, ସାଂସ୍କୃତିକ ସମ୍ପାଦକ ଚଣ୍ଡେଶ୍ୱର ପ୍ରଧାନ,କାର୍ଯ୍ୟକାରୀ କମିଟି ସଭ୍ୟ ରବିନ୍ଦ୍ର ମୁଦୁଲି, ନୀଳକଣ୍ଠ ବେହେରା, ପବିତ୍ର ମାଝି,ନିତ୍ୟାନନ୍ଦ ସାହୁ, ବାନାମ୍ବର ପାିକରାୟ, ଗଣେଶ ସେଠୀ ଓ ସୁବ୍ରତ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।
