୧୦ ହଜାର ରନ ପୂରଣ କଲେ ବିରାଟ
ଓଭାଲ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ୍ରେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ଚତୁର୍ଥ ଟେଷ୍ଟର ଦ୍ଵିତୀୟ ଇନିଂସରେ କୋହଲି ୩୦ ରନ କରିବା ମାତ୍ରେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୦ ହଜାର ରନ ପୂରଣ କରିଛନ୍ତି। ସେ ୨୧୦ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। କିନ୍ତୁ ସେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି।
ବିରାଟ କୋହଲି ପ୍ରଥମ ଶ୍ରେଣୀ କ୍ୟାରିୟର ଉପରେ ନଜର ପକାଇଲେ ଏହା ତାଙ୍କର ୧୨୮ତମ ମ୍ୟାଚ୍। ସେ ସେ ୫୨ ହାରରେ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଏଥିରେ ୩୪ ଶତକ ଓ ୩୫ ଅର୍ଦ୍ଧଶତକ ସାମିଲ। ଭାରତ ପକ୍ଷରୁ ସବୁଠୁ ଦ୍ରୁତ ୧୦ ହଜାର ଫାଷ୍ଟ କ୍ଲାସ୍ ରନ କରିବାର ରେକର୍ଡ ଅଜୟ ଶର୍ମାଙ୍କ ନାମରେ ରହିଛି। ସେ କେବଳ ୧୬୦ ଇନିଂସରେ ଏହି ସଫଳତା ହାସଲ କରିଥିଲେ। ଅର୍ଥାତ କୋହଲିଙ୍କଠୁ ସେ ୫୦ କମ ଇନିଂସ ଖେଳି ୧୦ ହଜାର ରନ ପୂରଣ କରିଛନ୍ତି। ଭାରତୀୟ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ମଧ୍ୟ ୨୧୦ମ ଇନିଂସରେ ୧୦ ହଜାର ଫାଷ୍ଟ କ୍ଲାସ୍ ରନ ପୂରଣ କରିଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ବିଜୟ ମର୍ଚ୍ଚାଣ୍ଟ ୧୭୧ ଇନିଂସ, ଭିଭିଏସ ଲକ୍ଷ୍ମଣ ୧୯୪ ଇନିଂସ, ସଚିନ ତେନ୍ଦୁଲକର ୧୯୫ ଇନିଂସ ଓ ରାହୁଲ ଦ୍ରାବିଡ ୨୦୮ ଇନିଂସରୁ ଏହି ସଫଳତା ହାସଲ କରିଥିଲେ। କୋହଲି ୨୦୧୯ ପରଠୁ ଅନ୍ତର୍ଜାତୀୟ କ୍ରିକେଟ୍ରେ ଶତକଟିଏ ହାସଲ କରି ପାରି ନାହାନ୍ତି। ସେ ଓଭାଲ ଟେଷ୍ଟର ପ୍ରଥମ ଇନିଂସରେ ୫୦ ରନ କରିଥିବା କୋହଲି ଦ୍ଵିତୀୟ ଇନିଂସରେ ୪୪ ରନ କରିଛନ୍ତି।
