ଭାଇରାଲ ହେଉଛି ପଲକ ତିୱାରୀଙ୍କ ବୋଲ୍ଡ ଫଟୋ
ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ ପରିଚୟ ସୃଷ୍ଟି କରିବାରେ ଲାଗି ପଡିଛନ୍ତି ଶ୍ୱେତା ତିୱାରୀଙ୍କ ଝିଅ ପଲକ। ବର୍ତ୍ତମାନ ପଲକ ଲଗାତର ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହୁଥିବାର ଦେଖିବାକୁ ମିଳୁଛି ।ବୋଲ୍ଡ ଫଟୋରେ ଭରିଯାଇଛି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ। ସେ ଏବେ ଗ୍ଲାମର ଦୁନିଆର ହଟ୍ ଓ ସିଜିଲିଙ୍ଗ ଗାର୍ଲ ଭାବେ ବେଶ ପରିଚିତ ହୋଇଗଲେଣି। ତେବେ ଏହି ଦୀପାବଳୀ ଅବସରରେ ପଲକଙ୍କର କିଛି ବୋଲ୍ଡ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋ ଗୁଡିକରେ ତାଙ୍କ ଗ୍ଲାମର ଅବତାର ପ୍ରଶଂସକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପଲକ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜର ଲାଟେଷ୍ଟ୍ ଫଟୋସୁଟ୍ର କେତେକ ଭିଡିଓ ସେୟାର କରିଛନ୍ତି। ଏହି ଫଟୋ ଗୁଡିକରେ ପଲକଙ୍କ ହଟ୍ ଅବତାର ପ୍ରଶଂସକମାନଙ୍କ ମଧ୍ୟରେ ହୋଶ ଉଡାଇଛି। ତାଙ୍କର ଏହି ଫଟୋକୁ କେବଲ ଦେଖୁ ହିଁ ନାହାନ୍ତି ଲଗାତର ଭାବେ ଲାଇକ୍ ଓ କମେଣ୍ଟ ମଧ୍ୟ କରୁଛନ୍ତି। ୟୁଜର୍ସ ପଲକଙ୍କ ଏହି ବୋଲ୍ଡ ଅବତାର ଏତେ ଭଲ ଲାଗିଲା ଯେ ତାଙ୍କୁ ପ୍ରଶଂସାରେ ପୋତି ପକେଇଛନ୍ତି। ଏହି ଅବସରରେ ପଲକଙ୍କର ନୂଆ ମ୍ୟୁଜିକ୍ ଭିଡିଓ ‘ବିଜ୍ଲି ବିଜ୍ଲି’ ରିଲିଜ୍ ହୋଇଛି। ଏଥିରେ ତାଙ୍କ ଚେହେରାକୁ ସମସ୍ତେ ପସନ୍ଦ କରୁଛନ୍ତି। ବଲିଉଡ୍ ଅଭିନେତା ସଲମାନ ଖାନ ମଧ୍ୟ ଇନ୍ଷ୍ଟାଗ୍ରାମରେ ତାଙ୍କର ଏହି ଭିଡିଓକୁ ସେୟାର କରି ପ୍ରଶଂସା କରିଛନ୍ତି। ଏହି ମ୍ୟୁଜିକ୍ ଭିଡିଓରେ ପଲକ ହାର୍ଡି ସନ୍ଧୁଙ୍କ ସହିତ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।
