ଏମ୍ଏସ୍ପି ସ୍ପଞ୍ଜ ଆଇରନ କାରଖାନା ସଂପ୍ରସାରଣକୁ ସମର୍ଥନ କଲେ ଗ୍ରାମବାସୀ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣା ଗ୍ରାମରେ ଏମ୍ଏସ୍ପି କାରଖାନାର ୭୫୮ କୋଟି ଟଙ୍କାର ପ୍ରକଳ୍ପ ର ସଂପ୍ରସାରଣ ପାଇଁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଡୁଥିବା ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣୀକୁ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । କାରଖାନା ସଂପ୍ରସାରଣ ହେଲେ ହେଲେ ୭୬୦ ଜଣ କର୍ମନିଯୁକ୍ତି ପାଇବେ । ହଳଦିଆଗୁଣା ଗ୍ରାମରେ ବୁଧବାର ଦିନ ଅନୁଷ୍ଠିତ ଜନଶୁଣାଣୀ ଉପଲକ୍ଷେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ଏମ୍ଏସ୍ପି ସ୍ପଞ୍ଜ ଆଇରନ କାରଖାନାର ନିର୍ଦ୍ଦେଶକ ପ୍ରଦୀପ କୁମାର ଦେଓ ପ୍ରକଳ୍ପ ବିଷୟର ବିବରଣୀ ପାଠ କରି ଏହି କାରଖାନା ସଂପ୍ରସାରଣ ହେଲେ ସ୍ଥାନୀୟ ଅଂଚଳର ବିକାଶ ହେବ ବୋଲି କହିଥିଲେ । କାରଖାନା ସଂପ୍ରସାରଣ ପରେ ସ୍ଥାନୀୟ ଅଂଚଳର ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପାରିପାଶ୍ୱର୍ିକ ଉନ୍ନତି ପାଇଁ ଗୋଷ୍ଠିଗତ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ କରାଯିବ ହାତକୁ ନିଆଯିବ ବୋଲି ଶ୍ରୀ ଦେଓ ସୂଚନା ଦେଇଥିଲେ । ସମନ୍ନିତ ଇସ୍ପାତ ପ୍ରକଳ୍ପର ସଂପ୍ରସାରଣ କରି ଚୁଡାନ୍ତ କ୍ଷମତା ଲୌହ ବେନିଫିକେସନ ୨.୦ ଏମ୍ଟିପିଏ,ଲୌହ ଖଣିଜ ଗ୍ରାଇଡିଙ୍ଗ-୧.୫ ଏମ୍ଟିପିଏ, ପେଲେଟ୧.୮ ଏମ୍ଟିପିଏ,ସ୍ପଞ୍ଜ ଲୌହ ୦.୩୭୨ ଏମ୍ଟିପିଏ,ବିଲେଟ(ଆଇଏଫ୍-ସିସିଏମ୍) ୦.୪୮୪ ଏମ୍ଟିପିଏ,ହଟ ରୋଲଡ ଉତ୍ପାଦନ ୦.୪୧ ଏମ୍ଟିପିଏ,କ୍ୟାପଟିଭ ପାୱାର ପ୍ଲାଣ୍ଟଣ୍ଟ ୪୪ ମେଗାୱାଟ(ଡବ୍ଲ୍ୟୁଏଚ୍ଆର୍ବି-୨୬ ମେଗାୱାଟ ଏବଂ ଏଏଫ୍ବିସି-୧୪ ମେଗାୱାଟ) ପ୍ରୋଡ୍ୟୁସର ଗ୍ୟାସ ପ୍ଲାଣ୍ଟଣ୍ଟ ୧୭.୧୦୦ ନର୍ମାଲ ଘନମିଟର,ପିସିଆଇ ଘଣ୍ଟା ପ୍ରତି ୧୩.୧୬ ଟନ,ସ୍ଲାଗ କ୍ରସର ଘଣ୍ଟା ପ୍ରତି ୧୧.୨୫ ଟନ ବୃଦ୍ଧି ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ କାର୍ଯ୍ୟାଳୟ,କେନ୍ଦୁଝର ଆନୁକୂଲ୍ୟରେ ଆୟୋଜିତ ସର୍ବସାଧାରଣ ଜନଣୁଣାଣୀକୁ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବାବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ସଭାକୁ ପରିଚାଳନା କରିବା ସହ ଲୋକଙ୍କ ମତାମତକୁ ଲିପିବଦ୍ଧ କରିଥିଲେ । ଏହି ଜନଶୁଣାଣୀରେ ଗୋବର୍ଦ୍ଧନ ପଂଚାୟତର ବଣୁଆ,ଗୋବର୍ଦ୍ଧନ,ବାଲିସୁଆଁ,ସେଣ୍ଡକାପ,ରଙ୍ଗମାଟିଆ ଗ୍ରାମ ଏବଂ କାଉଁରୀକଳା ପଂଚାୟତର ହଳଦିଆଗୁଣା,କାଉଁରୀକଳା,ଖୁଣ୍ଟାପଡା,ବଉଳମାଳ ଗ୍ରାମର ଶତାଧିକ ପ୍ରଭାବିତ ଗ୍ରାମବାସୀ ଉପସ୍ଥିତ ଥିବାବେଳେ ୮ ଜଣ ଲିଖିତ ଏବଂ ୫୧ ଜଣ ଲୋକ ମୌଖିକ ଭାବେ କାରଖାନା ସଂପ୍ରସାରଣ ସପକ୍ଷରେ ମତ ଉପସ୍ଥାପନ କରି ପାଶ୍ୱର୍ବର୍ତୀ ଗ୍ରାମର ଉନ୍ନତି,ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଉପରେ ଦାବୀ ଉପସ୍ଥାପନ କରିଥିଲେ । କାରଖାନା ସଂପ୍ରସାରଣ ପାଇଁ ଅନୁଷ୍ଠିତ ଜନଶୁଣାଣୀ ଶତ ପ୍ରତିଶତ ସମର୍ଥନ ମିଳିଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପାଇଁ ପୁଲିସ ମୁତୟନ କରାଯାଇଥିଲା । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ କାର୍ଯ୍ୟାଳୟର ଉପ-ପରିବେଶ ଯନ୍ତ୍ରୀ ଇଂ ନିବେଦିତା ଦାସ ବେବର୍ତା ଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଲୋକଙ୍କ ମତାମତ ଲିପିବଦ୍ଧ କରିଥିଲେ । ଏହି ଜନଶୁଣାଣୀରେ ବରିଷ୍ଠ ଉପସଭାପତି (କମର୍ସିଆଲ) ବସନ୍ତ ସାହୁ,ସିନିୟର ଜିଏମ୍ ସଞ୍ଜୟ କୁମାର ସାହୁ,ଏଜିଏମ୍ ଏଚ୍ଆର କର୍ପୋରେଟ (କୋର୍ଡିନେସନ) ତାପସ ଆଚାର୍ଯ୍ୟ,ସିନିୟର ଜିଏମ୍ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
