ନିଜ ଗ୍ରାମ ପରିଷ୍କାର ପରିଛନ୍ନ ପାଇଁ ଏକତ୍ର ହେଲେ ନୂଆଗାଁର ଗ୍ରାମବାସୀ
ସୋର : ଗାଁ ଗଣ୍ଡାରେ ନାଳ ନର୍ଦ୍ଦମାରେ ପାଣି ଜମିବା ସହ ଜମି ରହୁଥିବା ଅଳିଆ ଆବର୍ଜନା କାରଣରୁ ମ୍ୟାଲେରିଆ, ହଇଜା ଭଳି ସଂକ୍ରମଣ ରୋଗ ବ୍ୟାପୁଥିବାରୁ ନିଜ ଗ୍ରାମକୁ ପରିଷ୍କାର ପରିଚ୍ଛନ ରଖବା ପାଇଁ ସମ୍ମିଳିତ ହୋଇଛନ୍ତି ଗ୍ରମବାସୀ । ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆଗାଁର ସମସ୍ତ ଗ୍ରାମବାସୀ ଏବଂ ଯୁବଗୋଷ୍ଠୀ ଏକତ୍ର ହୋଇ ନିଜ ଗାଁର ଅଳିଆ ଆବର୍ଜନା, ରାସ୍ତା ଦୁଇ ପାର୍ଶ୍ୱରେ ଥିବା ଡାଳର ନଟାସବୁକୁ ସ‘ା କରିବା ପାଇଁ ନୂଆଗାଁ କ୍ଲବର ଚତୁର୍ପାଶ୍ୱ ଓ ପୋଖରୀ ଆଡି ସ‘ା କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ଏହି ଭଳି ପ୍ରୟାସ ଜାରି ରହିବା ସହିତ ଗ୍ରାମକୁ ସମ୍ପୂର୍ଣ୍ଣ ଭାବେ ପ୍ରଦ୍ୟୁଷଣମୁକ୍ତ କରାଯିବା ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହି ଗ୍ରାମର ରମେଶ କୁମାର ବେହେରା, ଉତ୍ତମ ବେହେରା, ସଞ୍ଜୟ ଜେନା, ରାଜେନ୍ଦ୍ର ରାଉତ, ଲମ୍ବୋଦର ରାଉତ, ଗଙ୍ଗାଧର ବେହେରା, ତପନ ଷଣ୍ଢ, ଚନ୍ଦନ ରାଉତ, ଲମ୍ବୋଦର ସାହୁ, ଗୁରୁପ୍ରସାଦ ସାହୁ, ରାଜେଶ ବେହେରା, ମୁନା ସାହୁ, ସମ୍ବିତ ପାତ୍ରଏବଂ ସଚିନ ବେହେରାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏହି କାର୍ଯ୍ୟରେ ଯୋଗନଦାନ କରିଥିଲେ ।
