ଗରଡିହି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ
ନୀଳଗିରି : ନୀଳଗିରି ବ୍ଲକର ଗରଡିହି ଗ୍ରା.ପ.ର କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚକତା କରି ଏକ ପୋଖରୀ ଖନନ (ଅମୃତ ସରବର) ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବା ନେଇ ପଞ୍ଚାୟତ ବୈଠକରେ ସରପଂଚଙ୍କ ସମେତ ସମିତିସଭ୍ୟ, ସମସ୍ତ ୱାର୍ଡ ମେମ୍ବରଙ୍କ ଉପସ୍ଥିତିରେ ସ୍ଥିର କରାଯାଇ ପଞ୍ଚାୟତ ରିଜୋଲେସନରେ ସ୍ଥାନିତ ହୋଇଥିଲା । ମାତ୍ର ପଞ୍ଚାୟତ ପି.ଇ.ଓ. ରିଜୋଲେସନ ଖାତାରେ ଚଞ୍ଚକତା କରି ୩ଲକ୍ଷ ବଦଳରେ ୫ଲକ୍ଷ ପୋଖରୀ ଖନନ ପାଇଁ ଜି.ପି.ଇ.ଓ. ନୀଳଗିରିଙ୍କୁ ପି.ଇ.ଓ. ପଠାଇଥିଳେ । ୧୨.୮.୨୨ରିଖରେ ନୀଳଗିରି ବିଡିଓ ଉକ୍ତ ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ କରିଛନ୍ତି । ମାତ୍ର ପ୍ଲାନପ୍ଲସ ହୋଇ ନାହିଁ । ପି.ଇ.ଓ. ଅନ୍ୟାୟ ଭାବେ ୩ଲକ୍ଷ କୁ ୫ଲକ୍ଷ ଟଙ୍କାର ଫାଇଲ ତିଆରି କରି କୌଣସି କାର୍ଯ୍ୟ ନ କରି ୪ଲକ୍ଷ ୮୧ହଜାର ଟଙ୍କାର ମିଥ୍ୟାରେ ଜେ.ଇ.ଙ୍କ ଠାରୁ ବିଲ ପାଶ କରିଲା ପରେ ସହକାରୀ ଯନ୍ତ୍ରୀ ଚେକ୍ ମେଜରମେଣ୍ଟ କରିଥିବା ବେଳେ ବିଡିଓ କାଉଂଟର ସାଇନ କରିଥିବାର ଅଭିଯୋଗ ହୋଇଛି । ଇତି ମଧ୍ୟରେ ପି.ଇ.ଓ. ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ଟଙ୍କା ଆତ୍ମସାତ କରିବାକୁ ଯାଉଥିବା ବେଳେ ଏ ନେଇ ପଂଚାୟତର ୱାର୍ଡମେମ୍ବର ସୁଷମା ସାହୁ, ମମତା ମଣ୍ଡଳ, ଝାନସୀରାଣୀ ସିଂ, ମାମା ସିଂ, ପାର୍ବତୀ ପଲେଇ, ସୁରେନ୍ଦ୍ର ସିଂ ପ୍ରମୁଖ ନୀଳଗିରି ଉପଜିଲ୍ଲାପାଳ ଓ ବି.ଡି.ଓ.ଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
