ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ବଲାଙ୍ଗିର : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ୍ ଚଲକି ପଞ୍ଚାୟତ ପିଇଓ ବିଶ୍ୱମ୍ଭର ଭୋଇଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ହୋଇଛି । ପାଟଣାଗଡ ସ୍ଥିତ ଗଙ୍ଗାନଗର ଭଡା ଘର, ମୁରିବାହାଲ କାର୍ଯ୍ୟାଳୟ ଓ ତମିଆଁ ପୈତୃକ ଘରେ ଚଢାଉ କରିଛି ଭିଜିଲାନ୍ସ । ୩ଟି ଟିମରେ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ ହୋଇଛି । ପିଇଓଙ୍କ ଘରୁ ବିଭିନ୍ନ କାଗଜପତ୍ର ଜବତ ଜବତ କରାଯାଇ ଯାଞ୍ଚ କରାଯାଉଛି । ପିଇଓଙ୍କ ମୋଟ ସମ୍ପତ୍ତି ପରିମାଣ ଆକଳନ କରୁଛି ଭିଜିଲାନ୍ସ ।
ସୂଚନା ଯେ, ଭିଜିଲାନ୍ସ ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ ହୋଇଛି । ଚଢାଉରେ ବଲାଙ୍ଗିର ଇନ୍ସପେକ୍ଟର ସୁନିତା ବାଗେଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ସାମିଲ ଅଛନ୍ତି । ଚଢାଉରେ ଜବତ ହୋଇଥିବା ବିଭିନ୍ନ କାଗଜପତ୍ରକୁ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସୂଚନା ମିଳିନାହିଁ । ଢ଼ଉରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଓ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସାମିଲ ଥିବା ଜଣାପଡ଼ିଛି।
