ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଗୋଷ୍ଠୀ ଶିକ୍ଷା ଅଧିକାରୀ
ରାୟଗଡା: ଭିଜିଲାନ୍ସ ଜାଲରେ ଗୁଣୁପୁର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା । ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଭୁବନେଶ୍ବରର ତିନୋଟି ସ୍ଥାନ ବାସଭବନ ଓ କିଟ୍ ଅଞ୍ଚଳରେ ଥିବା ଫ୍ଲାଟ ସହିତ ବରପାଲିରେ ଥିବା ପୈତୃକ ବାସଭବନରେ ଚଢାଉ କରାଯାଇଥିବା ନେଇ ଜିଲା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାଇଗୁରୁ ସୂଚନା ଦେଇଛନ୍ତି ।
୬ ଜଣ ଅବସରପ୍ରାପ୍ତ ଶିକ୍ଷକ ୫୦% ଏରିୟର କରିବା ପାଇଁ ଓ ୨୯ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ କାଗଜପତ୍ର ଭୁବନେଶ୍ବର ଏଜି ଅଫିସ୍ ପଠାଇବା ପାଇଁ ଟଙ୍କା ଦାବି କରିଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ। ଏନେଇ ଅବସର ଶିକ୍ଷକ ପ୍ରଭାତ ମହାପାତ୍ର ଭିଜିଲାନ୍ସ ଏସପିଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଜୟପୁର ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଭିଜିଲାନ୍ସ, ଡିଏସପି ସୁରେନ୍ଦ୍ର ନାଥ ରାଇଗୁରୁ, ବି ଏସ ଏସ ଶର୍ମା, ଆନନ୍ଦ ବେହେରା ଓ ଅନ୍ୟାନ୍ୟ ସରକାରୀ ସାକ୍ଷୀ ଉପସ୍ଥିତିରେ ଚଢାଉ ହୋଇଥିଲା ।
