ଇଡକଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ୱର : ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଘର ସମେତ ମୋଟ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି । ଯାଞ୍ଚ ବେଳେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାଁତରାଙ୍କ ଅମାପ ସମ୍ପତି ଠାବ ହୋଇଛି । ଗୟା ସାଁତରା ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ରହିଛି ୧୬ଟି ଆକାଉଂଟ । ସେଥିରୁ ୪ଟି ଆକାଉଂଟର ଯାଞ୍ଚବେଳେ ୪.୧୯କୋଟିରୁ ଅଧିକ ଟଙ୍କା ରହିଥିବା ଜଣାପଡିଛି । ଅନ୍ୟ ବ୍ୟାଙ୍କ ଆକାଉଂଟ ଗୁଡ଼ିକୁ ଯାଂଚ କରାଯହାଉଛି । ଏଥିସହ ଗୟାଙ୍କର ୨ଟି ୪ ଚକିଆ ଓ ୪ଟି ୨ ଚକିଆ ଗାଡ଼ି ରହିଛି । ଯେଉଁଥିରେ ଗୋଟିଏ ହ୍ୟୁଣ୍ଡାଇ କ୍ରେଟା, ଗୋଟିଏ ଗ୍ରାଣ୍ଡ ଆଇ ଟେନ୍ ଠାବ ହୋଇଛି । ସେହିପରି ତାଙ୍କର ଭୁବନେଶ୍ୱର, ଯାଜପୁର ଓ ନୟାଗଡ଼ରେ ୧୩ଟି ପ୍ଲଟ ଠାବ ହୋଇଛି । ଗୟା ସାଁତରାଙ୍କ ୨ଟି ବହୁତଳ କୋଠା ମଧ୍ୟ ଠାବ କରିଛି ଭିଜିଲାନ୍ସ । ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ କରୁଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁସାରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି ।ଏହି ଚଢ଼ାଉରେ ୭ ଡିଏସପି, ୪ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର ଏବଂ ୭ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ଅଛନ୍ତି ।
