କରୋନାରେ ସଂକ୍ରମିତ ହେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ କରୋନା । ରବିବାର ଉପରାଷ୍ଟ୍ରପତିଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ଟ୍ୱିଟରେ କୁହାଯାଇଛି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛି । ସେ ବର୍ତମାନ ହାଇଦ୍ରାବାଦରେ ଅଛନ୍ତି । କୋଭିଡ୍ ନିୟମର ଅନୁପାଳନ କରି ସେ ନିଜକୁ ଏକ ସପ୍ତାହ ଯାଏଁ ଆଇସୋଲେଟ ରଖିବାକୁ ନିଷ୍ପତି ନେଇଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ଅପିଲ କରିଛନ୍ତି ।
ପୂର୍ବରୁ ରବିବାର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ହାଇଦ୍ରାବାଦରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସେ ନେତାଜୀଙ୍କ ପରାକ୍ରମକୁ ମନେ ପକାଇଥିଲେ ।
