ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା, ଜାଣନ୍ତୁ କେଉଁଠି ଓ କେବେ ମ୍ୟାଚ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜ ପାଇଁ ଭେନ୍ୟୁ ଘୋଷଣା କରିଛି । ଏହି ୫ମ୍ୟାଚ ବିଶିଷ୍ଟ ସିରିଜ ଆସନ୍ତା ଜୁନ ୯ରୁ ଆରମ୍ଭ ହେବ । କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ ଟି-୨୦ ଜୁନ ୯ (ଦିଲ୍ଲୀ), ଦ୍ୱିତୀୟ ଟି-୨୦ ଜୁନ ୧୨ (କଟକ), ତୃତୀୟ ଟି-୨୦ ଜୁନ ୧୪ (ଭାଇଜାଗ), ଚତୁର୍ଥ ଟି-୨୦: ୧୭ଜୁନ (ରାଜକୋଟ) ଓ ୫ମ ଟି୨୦ ଜୁନ ୧୯ରେ ବାଙ୍ଗାଲୋରରେ ଖେଳାଯିବ । ସେହିପରି ଦୀର୍ଘ ଦିନ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଆନ୍ତର୍ଜାତୀୟ ମ୍ୟାଚ ଫେରୁଥିବାରୁ କ୍ରିକେଟପ୍ରେମୀ ଉତ୍ସାହିତ ହୋଇ ପଡିଛନ୍ତି ।
ପୂର୍ବରୁ ବାରବାଟୀରେ ଦୁଇଟି ଆନ୍ତର୍ଜାତିକ ଟି-୨୦ ମ୍ୟାଚ୍ ଖେଳାଯାଇଛି। ଗତ ୨୦୧୫ ଅକ୍ଟୋବର ୫ ତାରିଖରେ ଦକ୍ଷିଣ ଆଫ୍ରିକା ଓ ୨୦୧୭ ଡିସେମ୍ବର ୨୦ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ମ୍ୟାଚ୍ ଖେଳିଥିଲା। ବିବାଦ ଭରା ପ୍ରଥମ ଟି-୨୦ ମ୍ୟାଚ୍ରେ ଭ୍ରମଣକାରୀ ଦଳ ୬ ଵିକେଟ୍ରେ ବିଜୟୀ ହୋଇଥିଲା ବେଳେ ଦ୍ବିତୀୟ ଥର ଭାରତ ପକ୍ଷରେ ଫଳାଫଳ (୯୩ ରନ୍) ଆସିଥିଲା। ଏବେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଥର ଟି-୨୦ ମ୍ୟାଚ୍ ଖେଳିବାକୁ କଟକ ଆସିବ। ବାରବାଟୀକୁ ଟି-୨୦ ମ୍ୟାଚ୍ ମିଳୁଥିବାରୁ ଏନେଇ ଓସିଏ ସମ୍ପାଦକ ସ˚ଜୟ ବେହେରା ମଧ୍ୟ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚ୍ ପାଇଁ ଦୀର୍ଘ ଦିନରୁ ଦାବି ରହିଆସିଥିଲା। ଶେଷରେ ଓସିଏର ଆଶା ପୂରଣ ହୋଇଛି ବୋଲି ସ˚ଜୟ କହିଛନ୍ତି। ମ୍ୟାଚ୍ ପାଇଁ ନୂଆ ପଡ଼ିଆ, ପିଚ୍ ପ୍ରସ୍ତୁତ ରହିଛି। ନୂଆ ଏଲ୍ଇଡି ଫ୍ଲଡ୍ ଲାଇଟ୍ ଲଗାଯାଇଛି। ୬ ଓ ୭ ନମ୍ବର ଗ୍ୟାଲେରିର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଖେଳାଳି ଡ୍ରେସି˚ ରୁମ୍କୁ ନୂଆ ରୂପ ଦିଆଯାଉଛି। ଚାରିଆଡେ ରଙ୍ଗକାମ ମଧ୍ୟ ଚାଲିଛି। ଓସିଏ ମ୍ୟାଚ୍ ପାଇଁ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ରହିଥିବା ସ˚ଜୟ କହିଛନ୍ତି। ତଥାପି ଦର୍ଶକଙ୍କ ଉପସ୍ଥିତି ସ˚କ୍ରାନ୍ତରେ ରାଜ୍ୟ ସରକାରଙ୍କ ଅନୁମତି ମିଳିଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଦର୍ଶକ ଓ ବିନା ଦର୍ଶକ ଉଭୟ ପାଇଁ ପୂର୍ବରୁ ଦୁଇ ପ୍ରକାର ବ୍ୟୟ ଅଟକଳ ପ୍ରସ୍ତୁତ ରହିଛି। କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ଗ୍ରହଣ କରିବୁ ବୋଲି ସ˚ଜୟ ପ୍ରତିକ୍ରିୟା ଦେଇଛନ୍ତ।
