ଗାଡିର ସ୍ପିଡ୍ ଲିମିଟ୍ ଧାର୍ଯ୍ୟ କଲେ ସରକାର : ଜାଣନ୍ତୁ କେଉଁ ରାସ୍ତାରେ ଘଂଟା ପ୍ରତି କେତେ ସ୍ପିଡରେ ଚଳାଇବେ ଗାଡ଼ି
ଭୁବନେଶ୍ୱର : ଗାଡିର ବେଗ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଦୁର୍ଘଟଣା ସଂଖ୍ୟା କମାଇବାକୁ ରାଜ୍ୟ ପରିବହନ କର୍ତୃପକ୍ଷ କେଉଁ ରାସ୍ତାରେ ଘଂଟା ପ୍ରତି କେତେ ସ୍ପିଡରେ ଗାଡ଼ି ଚଳାଇ ପାରିବେ ସେ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ ଡ୍ରାଇଭର ବ୍ୟତୀତ ୮ ଜଣରୁ କମ ପରିବହନ କ୍ଷମତା ଥିବା ଗାଡ଼ି ୪ ଥାକିଆ ରାସ୍ତାରେ ଘଂଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଂଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୫୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।
ଯାତ୍ରୀ ପରିବହନ ପାଇଁ ବ୍ୟବହୃତ ୮ ଜଣରୁ କମ ପରିବହନ କ୍ଷମତା ଥିବା ଗାଡ଼ି ୪ ଥାକିଆ ରାସ୍ତାରେ ଘଂଟାପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଂଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୫୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ । ଡ୍ରାଇଭର ସହ ୯ରୁ ଅଧିକ ଯାତ୍ରୀ ପରିବହନ କ୍ଷମତା ଥିବା ଗାଡ଼ି ୪ ଥାକିଆ ରାସ୍ତାରେ ଘଂଟାପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଂଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୪୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।
ମାଲ ପରିବହନରେ ବ୍ୟବହୃତ ଗାଡ଼ି ୪ ଥାକିଆ ରାସ୍ତାରେ ଘଂଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଂଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଣ୍ଟାପ୍ରତି ସର୍ବାଧିକ ୩୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୫୦ କିଲୋମିଟର ବେଗରେ ଯାତ୍ରା କରି ପାରିବ । ସେହିଭଳି ୨ ଚକିଆ ଯାନ ଗାଡ଼ି ୪ ଥାକିଆ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଂଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୪୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୫୦ କିଲୋମିଟର ବେଗରେ ଯାତ୍ରା କରି ପାରିବ । ତିନି ଚକିଆ ଯାନ ଗାଡ଼ି ୪ ଥାକିଆ ରାସ୍ତାରେ ଘଂଟାପ୍ରତି ସର୍ବାଧିକ ୪୦ କିଲୋମିଟର ବେଗରେ ଯାଇ ପାରିବ । ସେହିଭଳି ପୌରାଂଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୩୦ କିଲୋମିଟର ଏବଂ ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୩୦ କିଲୋମିଟର ବେଗରେ ଯାତ୍ରା କରି ପାରିବ ।
