କରୋନା ପଜିଟିଭ ଚିହ୍ନଟ ହେଲେ ବରୁଣ ଗାନ୍ଧୀ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ବିଜେପି ସାଂସଦ ବରୁଣ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଦିନ ସୋସିଆଲ ମିଡିଆ ମାଧ୍ୟମରେ ବରୁଣ ନିଜେ ଏହି ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କର କରୋନା ରିପୋର୍ଟ ପିଜିଟିଭ ଆସିଥିବା କହିଛନ୍ତି ବରୁଣ। ବରୁଣ ଗାନ୍ଧୀ କହିଛନ୍ତି ଯେ ଆଗକୁ ନିର୍ବାଚନ ଆସୁଥିବାରୁ ଟିକାକରଣର ମାତ୍ରା ବୃଦ୍ଧି କରିବା ଉଚିତ ବୋଲି ସେ କହିଛନ୍ତି।
