୧୨ରୁ ଅଧିକ ବୟସ୍କଙ୍କୁ ଦିଆଯିବ ଟିକା, ଜାଣନ୍ତୁ ପ୍ରତି ଡୋଜ ପିଛା କେତେ ରହିଲା ଦାମ୍
Female doctor giving covid-19 vaccine to a boy
ନୂଆଦିଲ୍ଲୀ: ଜାଇଡସ କାଡିଲା କୋରୋନା ଟିକା କିଣିବା ପାଇଁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଟିକାକରଣର ପ୍ରତ୍ୟେକ ଡୋଜର ମୂଲ୍ୟ ୨୬୫ ଟଙ୍କା ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଜାଇଡସ କାଡିଲା ଏହାର କୋଭିଡ -୧୯ ଟିକା ମୂଲ୍ୟ ପ୍ରତି ଡୋଜ ପିଛା ୨୬୫ ଟଙ୍କାରେ ଆଣିବାକୁ ରାଜି ହୋଇଛନ୍ତି, କିନ୍ତୁ ଏ ସମ୍ପର୍କରେ ଚୂଡ଼ାନ୍ତ ଚୁକ୍ତି ଏପର୍ଯ୍ୟନ୍ତ କରାଯାଇ ନାହିଁ। ଜାଇଡସ୍ କାଡିଲାର ଜାଇକୋଭ-ଡ଼ି ହେଉଛି ଦେଶର ପ୍ରଥମ ଟିକା ଯାହାକି ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ନେଇ ମଞ୍ଜୁରୀ ରହିଛି।
ସୂତ୍ରରୁ ଜଣାପଡିଛି ଯେ, ବିକଶିତ ବିଶ୍ୱର ପ୍ରଥମ ଡିଏନ୍ଏ ଆଧାରିତ କୋଭିଡ -୧୯ ଟିକାକୁ ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରାରମ୍ଭିକ ପଦକ୍ଷେପ ନେଇଛି। ପ୍ରାରମ୍ଭରେ ଏହାକୁ ବୟସ୍କଙ୍କ ବ୍ୟବହାରରେ ଅଗ୍ରାଧିକାର ଦିଆଯିବ ବୋଲି ସୂତ୍ରରୁ ପ୍ରକାଶ ଯେ, ଏହି ଅହମ୍ମଦାବାଦ ଭିତ୍ତିକ ଫାର୍ମା କମ୍ପାନୀ ଏହାର ତିନି ଡୋଜକୁ ୧୯୦୦ ଟଙ୍କା ରେ ପ୍ରସ୍ତାବ ଦେଇଥିଲା। ଉତ୍ପାଦନ କ୍ଷମତା ସୀମିତ ଥିବାରୁ ପ୍ରାରମ୍ଭରେ ଏହି ଟିକା କେବଳ ବୟସ୍କମାନଙ୍କୁ ଦିଆଯିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। କମ୍ପାନୀ ଅଧିକାରୀମାନେ ମନ୍ତ୍ରଣାଳୟକୁ କହିଛନ୍ତି ଯେ ଜାଇଡସ କାଡିଲା ମାସକୁ ଏକ କୋଟି ଡୋଜ ଜାଇକୋଭ-ଡି ଯୋଗାଇଦେବା ସ୍ଥିତିରେ ଅଛି । ୨୮ ଦିନ ବ୍ୟବଧାନରେ ତିନୋଟି ଡୋଜ ଦିଆଯିବ। ହେଉଛି ବିଶ୍ୱର ପ୍ରଥମ ଟିକା ଯାହା ଡିଏନ୍ଏ ଆଧାରିତ ଏବଂ ଛୁଞ୍ଚି ବିହୀନ ଅଟେ । ଜାଇକୋଭ-ଡ଼ି ଅଗଷ୍ଟ ୨୦ ରେ ଔଷଧ ନିୟାମକଙ୍କ ଠାରୁ ଜରୁରୀକାଳୀନ ବ୍ୟବହାର ଅନୁମୋଦନ ଲାଭ କରିଛି।
