ଖୁବଶୀଘ୍ର ଗର୍ଭବତୀଙ୍କ ଟିକାକରଣ ଆରମ୍ଭ କରାଯିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ଭୁବନେଶ୍ୱର : କରୋନାକୁ ମାତ ଦେବା ପାଇଁ ଟିକାକରଣ ଅଭିଯାନକୁ ଜୋରଦାର ରାଯାଇଛି । ଏହି ପରିପ୍ରେକ୍ଷୀରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଥିବାବେଳେ ଟିକାକରଣ ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
ରାଜ୍ୟରେ କରୋନା ସ୍ଥିତି ଓ ଟିକାକରଣ ନେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ‘ବି’ କ୍ୟାଟେଗୋରୀରେ ଥିବା ଜିଲ୍ଲାଗୁଡ଼ିକରେ ଅନକଣ୍ଟ୍ରୋଲ ମୁଭମେଣ୍ଟ ଅଛି । ସରକାର ସେଠାରେ ପର୍ୟ୍ୟାୟ କ୍ରମେ ଅନଲକ ଆରମ୍ଭ କରିଛନ୍ତି । ଭାଇରସକୁ ଅନୁକୂଳ ପରିବେଶ ମିଳିବା ଯୋଗୁଁ ଟ୍ରାନ୍ସମିଶନ ହେଉଛି । ଆମେ ସମସ୍ତେ ଗାଇଡଲାଇନ ମାନିଲେ ସଂକ୍ରମଣ ନିଶ୍ଚିତ କମିବ । ଆଶାକରୁଛୁ ଜୁଲାଇ ମଧ୍ୟଭାଗ ବେଳକୁ ରାଜ୍ୟରେ ପଜିଟିଭ କେସ କମିବ । ଗର୍ଭବତୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି । ଖୁବଶୀଘ୍ର ଏହା ଆରମ୍ଭ କରାଯିବ । ଏବେ ୫୦୦ ରୋଗୀ ଭେଣ୍ଟିଲେଟର ଓ ଆଇସିୟୁରେ ୨ ହଜାର ରୋଗୀ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।
