ଆଜି ୧୫ ଜିଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର : ରାଜ୍ୟରେ ଟିକାର ଅଭାବ ଦେଖା ଦେଇଛି । ଫଳରେ ଟିକାକରଣ ବ୍ୟାପକ ଭାବେ ପ୍ରଭାବିତ କରିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟର ୧୫ଟି ଜିଲାରେ ଟିକାକରଣ ବନ୍ଦ ରହିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନୁଗୁଳ, ବାଲେଶ୍ୱର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ଟିକାକରଣ କରାଯିବ ନାହିଁ।
ସୂଚନା ଯେ, ରାଜ୍ୟରେ ସୋମବାର ୨୪ଟି ଜିଲାରେ ଟିକାକରଣ ବନ୍ଦ ରହିଥିଲା । ବଳକା ୬ଟି ଜିଲାରେ ମାତ୍ର ୫୧ହଜାର ୬୫୦ ଡୋଜ୍ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୩୩ଲକ୍ଷ ୮୫ହଜାର ୯୨୩ ଡୋଜ୍ ଟିକା ଦିଆଗଲାଣି।
