ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର ହେବେ ଅକ୍ଷୟ
ହାଇଦ୍ରାବାଦ : ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଅକ୍ଷୟ କୁମାର ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି । ଆଜି ଅକ୍ଷୟ କୁମାର ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିନେତାଙ୍କୁ ଏକ ପାହାଡି କ୍ୟାପ୍ ପିନ୍ଧାଇ ତାଙ୍କୁ ଫୁଲ ଉପହାର ଦେଇଥିଲେ । ମୁଖ୍ୟମନ୍ତ୍ରୀ ଅଭିନେତାଙ୍କୁ କେଦାରନାଥ ମନ୍ଦିରର ଏକ ପ୍ରତିମୂର୍ତି ମଧ୍ୟ ପ୍ରଦାନ କରିଛନ୍ତି । ଦିଆଯାଇଥିବା ପ୍ରସ୍ତାବକୁ ଅଭିନେତା ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଭିନେତା ଅକ୍ଷୟ କୁମାର ବର୍ତମାନ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରିବେ ।
ଏ ସଂକ୍ରାନ୍ତରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଧାମୀ ଲେଖିଛନ୍ତି, ଆଜି ପ୍ରଖ୍ୟାତ ଅଭିନେତା, ଯୁବବର୍ଗଙ୍କ ପ୍ରେରଣାସ୍ରୋତ ଏବଂ ମୋର ମିତ୍ର ଅକ୍ଷୟ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଲି । ଯୁବବର୍ଗଙ୍କୁ ପ୍ରେରଣା ଦେବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ସେ ପ୍ରଶଂସା କରିବା ସହ ଯଥା ସମ୍ଭବ ସବୁ ପ୍ରକାର ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ।କଥାବର୍ତା ବେଳେ ଅକ୍ଷୟ କୁମାର ଆଗାମୀ ବିଧାନସଭା ନିର୍ବାଚନରେ ଧାମୀଙ୍କ ସେ ଭାଗ୍ୟ କାମନା କରିଛନ୍ତି ।
ବର୍ତମାନ ଅକ୍ଷୟ କୁମାର ମଶୂରୀ(ଉତରାଖଣ୍ଡ)ରେ ଅଛନ୍ତି ଏବଂ ତାଙ୍କର ପରବର୍ତୀ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅଭିନେତ୍ରୀ ରକୁଲପ୍ରୀତ ସିଂ ମଧ୍ୟ ତାଙ୍କ ସହ ସୁଟିଂ ସେଟରେ ଅଛନ୍ତି । ନିକଟରେ ଏଠାରୁ ସୁଟିଂର ଏକ ଭିଡିଓ ମଧ୍ୟ ସେୟାର କରାଯାଇଥିଲା, ଯେଉଁଥିରେ ତାଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଥିଲା । ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ଅନେକ ସିନ୍ ବାରଲୋଗଞ୍ଜର ମେନ ବଜାର ଏବଂ ସେଂଟ ଜର୍ଜ କଲେଜରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ରକୁଲପ୍ରୀତ ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ ।
