ଉତ୍ତରପ୍ରଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ : ୯ ଜିଲାର ୫୯ଟି ଆସନ ପାଇଁ ମତଦାନ ଜାରି
ଲକ୍ଷ୍ନୌ : ଆଜି ୪ର୍ଥ ପର୍ଯ୍ୟାୟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ୯ଟି ଜିଲାରେ ୫୯ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଲକ୍ଷ୍ନୌ, ପିଲଭିଟ୍ , ଲଖୀମପୁର ଖେରୀ, ସୀତାପୁର, ହରଦୋଇ, ଉନ୍ନାଓ, ରାୟ ବରେଲୀ, ବାନ୍ଦା ଓ ଫତେହପୁର ଜିଲ୍ଲାରେ ଭୋଟିଂ ହେଉଛି। ବିଭନ୍ନ ବୁଥରେ ଭୋଟମରମାନେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ଲକ୍ଷୌରେ ସକାଳୁ ବିଏସପି ମୁଖ୍ୟ ମାୟାବତୀ ଭୋଟ ଦେଇଛନ୍ତି ।
ବହୁଚର୍ଚ୍ଚିତ ଲଖୀମପୁର ଖେରୀରେ ସିଟ୍ ଉପରେ ସମସ୍ତଙ୍କ ନଜର ରହିଛି । ସେହିପରି ୟୁପି ଆଇନ ମନ୍ତ୍ରୀ ବ୍ରିଜେସ ପାଠକଙ୍କ ଆଜି ଭାଗ୍ୟ ପରୀକ୍ଷା । ଏହାରି ଭିତରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନେତାଙ୍କ ସଭା, ରାଲି ଜୋରସୋରରେ ଚାଲିଛି। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ପଂଚମ ପର୍ଯ୍ଯାୟ ନିର୍ବାଚନ ପାଇଁ ପ୍ରଚାର ପିକ୍ରେ ପହଂଚିଛି । ଏହି ପର୍ଯ୍ୟାୟରେ ଶ୍ରାବସ୍ତି, ବାହରିଚ,ବାରବାଙ୍କି, ଅଯୋଧ୍ୟା, ଆମେଥୀ, ରାଇବରେଲି, ସୁଲତାନପୁର, ଗୋଣ୍ଡା, ପ୍ରତାପଗଡ, ପ୍ରୟାଗରାଜ ଓ ଚିତ୍ରକୋଟ ଜିଲ୍ଲାରେ ହେଉଛି ନିର୍ବାଚନ। ୧୨ଟି ଜିଲାର ୬୧ଟି ଆସନ ପାଇଁ ପ୍ରଚାର ମୈଦାନରେ ଏବେ ସବୁ ଦଳର ହେଭିୱେଟ। ୟୁପି ୩ଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ନିର୍ବାଚନୀ ମାହୋଲ ଗରମ ରହିଛି। ଏନେଇ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି ଯେ, ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନର ଚତୁର୍ଥ ପର୍ଯ୍ୟାୟ। ସମସ୍ତ ଭୋଟ୍ତାଦାଙ୍କୁ ମୋର ଅନୁରୋଧ, ନିଜ ନିଜର ବହୁମୂଲ୍ୟ ଭୋଟ୍ ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୁଅନ୍ତୁ।
