୧୦ ଦିନ ବ୍ୟାପି ଉତ୍କଳ ମିନା ବଜାର ଉଦ୍ଘାଟିତ
ବାଲେଶ୍ୱର : ବାଲିଆ ବୋଇତ ବନ୍ଦାଣ କମିଟି ତରଫରୁ ଅନୁଷ୍ଠିତ ୧୦ ଦିନ ବ୍ୟାପି ଉତ୍କଳ ମିନା ବଜାର ସୋମବାର ସନ୍ଧ୍ୟା ୭ଟା ସମୟରେ ବାଲେଶ୍ୱରର ରେମୁଣା ବ୍ଲକ ଚେୟାରମ୍ୟାନ ରାଜେନ୍ଦ୍ର ରାଉତ, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲିଆ ସରପଞ୍ଚ ନିତାଇ ଚରଣ ନାୟକ, ସୁତେଇ ସରପଞ୍ଚ କବିତା ମହାନ୍ତି, ସମିତିସଭ୍ୟ ତ୍ରିଲୋଚନ ପ୍ରଧାନ, ଶିବାନୀ ହାଁସଦାଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବକୁ କୃଷ୍ଣ ଚନ୍ଦ୍ର ସାହା ପରିଚାଳନା କରିଥିଲେ । ତପନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମକୁ ପ୍ରଦୀପ ଦାସ, ଦୁଷ୍ମନ୍ତ ମଲ୍ଲିକ, ଶ୍ରୀକାନ୍ତ ଦାସ, ଅଭିଜିତ ପାଣିଗ୍ରାହୀ, ରାଜେଶ ଦାସ, ଶିବପ୍ରସାଦ ମହାଳିକ, ଅଜୟ କୁମାର ଦାସ, ରବୀନ୍ଦ୍ର ମହାଳିକ, ମଙ୍ଗଳା ଦାସ, ବାବୁ ଦାସ, କମଲ ଲୋଚନ ପ୍ରଧାନ, ସୁକୁମାର ଦାସ, କାଳୀଚରଣ ବେହେରା, ଜଗନ୍ନାଥ ଦାସ,ଫକିର ମୋହନ ଦାସ, ଦେବୁ, ରାଜୁ, ଗଣେଶ, ବାପୁ ପ୍ରମୁଖ କମିଟିର ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟକ ହୋଇଥିଲେ ।
