ଆଜି ପ୍ରଥମ ଏସିଆ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ
ୱାସିଂଟନ : ଆଜି ପ୍ରଥମ ଏସିଆ ଗସ୍ତରେ ଆସି ସିଙ୍ଗାପୁରରେ ପହଁଞ୍ଚିବେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ । ଆଫଗାନିସ୍ତାନରେ ଜାରି ରହିଥିବା ଅସ୍ୱାଭାବିକ ପରିସ୍ଥିତି ମଧ୍ୟରେ ହଜାର ହଜାର ଲୋକ ପଳାୟନ କରିବାକୁ ଚେଷ୍ଟା କରୁଥିବା ହତାଶ ଦୃଶ୍ୟ ଏସିଆରେ ଆମେରିକାର କୂଟନୈତିକ ଯୋଜନା ଉପରେ ପ୍ରଶ୍ନ ଉଠିଛି । ଏସିଆରେ ଚୀନର ବଢୁଥିବା ପ୍ରଭାବକୁ ଦେଖି ଆମେରିକା ଏହାର ଅର୍ଥନେତିକ ଏବଂ କୁଟନୈତିକ ପ୍ରଭାବକୁ ବଜାୟ ରଖିବା ପାଇଁ କମଲାଙ୍କ ଗସ୍ତ ବହୁତ ମହତ୍ୱ ରଖୁଛି ।
On our way to Southeast Asia to visit Singapore and Vietnam. pic.twitter.com/DrLwSDMuhZ
— Vice President Kamala Harris (@VP) August 21, 2021
ଏହି ଗସ୍ତ ସମୟରେ ସେ ସିଙ୍ଗାପୁର ଏବଂ ଭିଏତନାମରେ ରହିବେ । ତାଙ୍କ ଗସ୍ତରେ ହାରିସ୍ ଆମେରିକାର ନିର୍ଭରଶୀଳତା ବିଷୟରେ ଚିନ୍ତା ଦୂର କରିବାକୁ ଚେଷ୍ଟା କରିବେ। ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉପରାଷ୍ଟ୍ରପତି ଏହି ଯାତ୍ରା ସମୟରେ ସ୍ପଷ୍ଟ କରିବେ ଯେ ଆମର ଏହି ଅଞ୍ଚଳ ପ୍ରତି ସ୍ଥାୟୀ ପ୍ରତିବଦ୍ଧତା ରହିଛି।
