ମୁସଲମାନ ପୁଅଙ୍କୁ ବିବାହ କରିବେନି ଉର୍ଫି ଜାଭେଦ, ଜାଣନ୍ତୁ କାରଣ
ମୁମ୍ବାଇ: ‘ବିଗ୍ ବସ୍ ଓଟିଟି’ ଖ୍ୟାତି ଅର୍ଜନ କରିଥିବା ଉର୍ଫି ଜାଭେଦ ତାଙ୍କ ଫ୍ୟାଶନ୍ ପାଇଁ ଅନେକ ସମୟରେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ପ୍ରଶଂସକମାନେ ତାଙ୍କ ଡ୍ରେସିଂ ଶୈଳୀକୁ ପସନ୍ଦ କରୁଥିବାବେଳେ ଅନେକ ଥର ସେ ତାଙ୍କ ପୋଷାକ ହେତୁ ଟ୍ରୋଲ ହୁଅନ୍ତି । ବର୍ତ୍ତମାନ ଉର୍ଫି ଜାଭେଦ ତାଙ୍କ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ସେ କହିଥିଲେଯେ, ସେ କୈାଣସି ମୁସଲମାନ ପୁଅକୁ ବିବାହ କରିବେ ନାହିଁ ।
ଉର୍ଫି ଜାଭେଦ୍ କହିଛନ୍ତିଯେ, ଯେତେବେଳେ ତାଙ୍କୁ ସାହସିକ ରୂପରେ ଦେଖାଯାଏ, ସେତେବେଳେ ତାଙ୍କ ସମାଜ ତାଙ୍କୁ ପ୍ରତ୍ୟାଖ୍ୟାନ କରେ କାରଣ ଇଣ୍ଡଷ୍ଟ୍ରିରେ ତାଙ୍କର କୈଣସି ଗଡଫାଦର ନାହାଁନ୍ତି । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଜଣେ ମୁସଲମାନ । ଗଣାମାଧ୍ୟମ ରିପୋର୍ଟ ଅନୁଯାୟୀ ଉର୍ଫି ଜାଭେଦ୍ କହିଛନ୍ତି, ‘ମୁଁ ଜଣେ ମୁସଲମାନ ଝିଅ । ଯେତେବେଳେ ଲୋକମାନେ ସୋଶାଲ ମିଡିଆରେ ମୋ ଉପରେ ଖରାପ ମନ୍ତବ୍ୟ ଦିଅନ୍ତି, ମୁଁ ଦେଖେଯେ, ଏହି ମନ୍ତବ୍ୟ ପ୍ରାୟତଃ ମୁସଲମାନ ଲୋକମାନେ ହିଁ ଦେଇଥାନ୍ତି । ସେହି ଲୋକମାନେ ଭାବନ୍ତି ଯେ ମୁଁ ଇସଲାମର ଭାବମୂର୍ତ୍ତିକୁ ଅପମାନିତ କରୁଛି । ସେମାନେ ମୋତେ ଘୃଣା କରନ୍ତି କାରଣ ମୁସଲମାନ ପୁରୁଷମାନେ ଚାହାଁନ୍ତି ଯେ ସେମାନଙ୍କର ମହିଳାମାନେ ଏକ ନିର୍ଦ୍ଦିଷ୍ଟ ଆଚରଣ କରନ୍ତୁ ।
ଉର୍ଫି ଆହୁରି କହିଛନ୍ତି ଯେ, ‘ସେମାନେ ସମ୍ପ୍ରଦାୟର ସମସ୍ତ ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ଏବଂ ଏହି କାରଣରୁ ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ । ମୋତେ ଟ୍ରୋଲ କରିବାର ସବୁଠାରୁ ବଡ କାରଣ ହେଉଛି, ସେମାନେ ଧର୍ମ ଅନୁସାରେ ଆଶା କରୁଥିବା ଭଳି ମୁଁ ଆଚରଣ କରେ ନାହିଁ । ଯେତେବେଳେ ଉର୍ଫିଙ୍କୁ ପଚରାଗଲା କି ସେ ନିଜ ସମ୍ପ୍ରଦାୟର ବାହାରେ କାହାକୁ ବିବାହ କରିବେ କି? ଉର୍ଫି କହିଛନ୍ତି, ‘ମୁଁ କୈାଣସି ମୁସଲମାନ ପୁଅକୁ ବିବାହ କରିବି ନାହିଁ । ମୁଁ ଇସଲାମରେ ବିଶ୍ୱାସ କରେ ନାହିଁ ଏବଂ ମୁଁ କୈାଣସି ଧର୍ମକୁ ଅନୁସରଣ କରେ ନାହିଁ, ମୁଁ ଯାହାକୁ ଚାହିଁବି ଆମେ ବିବାହ କରିପାରିବା । ଧର୍ମ ଅନୁସରଣ କରିବାକୁ ବାଧ୍ୟ କରାଯିବା ଉଚିତ୍ ନୁହେଁ । ସମସ୍ତଙ୍କର ନିଜର ଧର୍ମ ବାଛିବା ଏବଂ ଅନୁସରଣ କରିବାର ଅଧିକାର ଅଛି । ସେ କହିଥିଲେ, ‘ମୋ ବାପା ଜଣେ ରକ୍ଷଣଶୀଳ ବ୍ୟକ୍ତି ଥିଲେ । ଯେତେବେଳେ ମୋତେ ୧୭ ବର୍ଷ ହୋଇଥିଲା, ସେ ମୋତେ ଏବଂ ମୋ ଭାଇଭଉଣୀମାନଙ୍କୁ ମୋ ମା ସହିତ ଛାଡିଥିଲେ । ମୋ ମା ଜଣେ ଧାର୍ମିକ ମହିଳା, କିନ୍ତୁ ସେ ଆମ ଉପରେ ଧର୍ମ ଲଗାଇ ନାହାଁନ୍ତି । ମୋର ଭାଇ ଓ ଭଉଣୀମାନେ ଇସଲାମକୁ ଅନୁସରଣ କରନ୍ତି, କିନ୍ତୁ ମୁଁ ତାହା କରେ ନାହିଁ । ସେ ମୋତେ ଧର୍ମ ଅନୁସରଣ କରିବାକୁ ବାଧ୍ୟ କରିନଥିଲେ ଏବଂ ଏହା ହେବା ଉଚିତ୍ । ତୁମେ ତୁମର ପତ୍ନୀ ଏବଂ ପିଲାମାନଙ୍କ ଉପରେ ତୁମର ଧର୍ମ ଲଗାଇ ପାରିବ ନାହିଁ । ଏହା ହୃଦୟରୁ ଆସିବା ଉଚିତ୍ । ଯଦି ତାହା ନୁହେଁ, ତେବେ ତୁମେ ଖୁସି ହେବ ନାହିଁ କି ଆଲ୍ଲା ମଧ୍ୟ ହେବ ନାହିଁ ।
