UPSC Recruitment 2023: ୪୫ଟି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ୟୁପିଏସସି, ଆରମ୍ଭ ହେଲା ରେଜିଷ୍ଟ୍ରେସନ୍
ନୂଆଦିଲ୍ଲୀ : ୟୁପିଏସି ଉପନିର୍ଦ୍ଦେଶକ ଓ ଅନ୍ୟାନ୍ୟ ପଦବୀରେ ନିୟୁକ୍ତି ଦେବ ଇଚ୍ଛୁକ ପ୍ରାର୍ଥୀମାନେ upsc.gov.in. ରେ ଆବେଦନ କରିପାରିବେ । ୟୁନିୟନ ପବ୍ଲିକ ସର୍ଭିସ କମିସନ ଡେପୁଟୀ ଡାଇରେକ୍ଟର ଓ ଅନ୍ୟ ପଦବୀରେ ନିୟୁକ୍ତି ପାଇଁ ଆବେଦନ ବାହାର କରିଛି । ଆଶାୟୀ ପ୍ରାର୍ଥୀମାନେ ୟୁପିଏସସିର ଅଫିସିଆଲ ସାଇଟ୍ upsc.gov.in.ରେ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚ ଯାଏଁ ଚାଲିବ । ଏଥିରେ ସଙ୍ଗଠନରେ ୪୫ଟି ପଦବୀ ପୂରଣ କରାଯିବ।
ଖାଲି ଥିବା ପଦବୀ :
ଯୁଗ୍ମ ନିର୍ଦ୍ଦେଶକ ପାଇଁ ୩ଟି ପଦବୀ ।
ଉଦ୍ୟାନ କୃଷି ବିଶେଷଜ୍ଞ ପାଇଁ ୧ ପଦବୀ ।
ସହକାରୀ ଉଦ୍ୟାନ କୃଷି ବିଶେଷଜ୍ଞ ୨ଟି ପଦବୀ ।
ମାର୍କେଟିଂ ଅଫିସର ପାଇଁ ୫ଟି ପଦବୀ ।
ଅର୍ଥନୈତିକ ଅଧିକାରୀ ପାଇଁ ୧ଟି ପଦ ।
ବରିଷ୍ଠ ଡିଜାଇନ୍ ଅଧିକାରୀ ପାଇଁ ୫ଟି ପଦବୀ ।
ସ୍ପେଶାଲିଷ୍ଟ ଗ୍ରେଡ୍-୩ ପାଇଁ ୧୦ଟି ପଦବୀ ।
ଖଣି ସୁରକ୍ଷା ଉପନିର୍ଦ୍ଦେଶକ ପାଇଁ ୧୮ଟି ପଦବୀ ।
ଯୋଗ୍ୟତା :
ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ଏଠାରେ ଉପଲବ୍ଧ ବିସ୍ତୃତ ବିଜ୍ଞପ୍ତି ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ବିଷୟରେ ଜାଣିପାରିବେ।
ଆବେଦନ ଶୁଳ୍କ :
ଏହି ଆବେଦନ ପ୍ରକ୍ରିୟା ପାଇଁ ୨୫ ଟଙ୍କା ଫି’ ରହିଥିବା ବେଳେ ଆଶାୟୀ ପ୍ରାର୍ଥୀ ମାନେ କେବଳ ନଗଦ କିମ୍ବା ଏସବିଆଇର ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରି ପାରିବେ। ଏହାଛଡା ଭିସା, ମାଷ୍ଟର କ୍ରେଡିଟ୍ ଓ ଡେବିଟ କାର୍ଡ଼ ମାଧ୍ୟମରେ ଫି’ ଦେଇ ପାରିବେ। ଏସସି, ଏସଟି, ପିଡବ୍ଲୁଡି଼ ଓ ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।
ଅନ୍ୟାନ୍ୟ ବିବରଣୀ :
ସାକ୍ଷାତକାରରେ ବର୍ଗ ଅନୁସାରେ ସର୍ବନିମ୍ନ ସ୍ତରର ଉପଯୁକ୍ତତା ଚୟନ କେବଳ ସାକ୍ଷାତକାର ଦ୍ୱାରା ହେଉ କିମ୍ବା ନିଯୁକ୍ତି ପରୀକ୍ଷା ପରେ ସାକ୍ଷାତକାର ଦ୍ୱାରା ହେଉ, ମୋଟ ନମ୍ବର ୧୦୦ ରହିଥିବା ବେଳଏ ୟୁଆର/ ଇଡବ୍ଲ୍ୟୁଏସ୍ ପାଇଁ ୫୦ ମାର୍କ ରହିବ, ଓବିସି ପାଇଁ ୪୫ ମାର୍କ, ଏସସି/ଏସଟି/ପିଡବ୍ଲୁବିଡି ପାଇଁ ୪୦ ମାର୍କ ରହିଅଛି। ଅଧିକ ବିବରଣୀ ପାଇଁ ଆଶାୟୀ ପ୍ରାର୍ଥୀ ୟୁପିଏସସିର ଅଫିସିଆଲ ୱେବସାଇଟ ଯାଇ ସେଠାରେ ଯାଞ୍ଚ କରିପାରିବେ।
