ଉପେନ୍ଦ୍ର କୁଶବାହାଙ୍କୁ ୱାଇ ପ୍ଲସ ସୁରକ୍ଷା, କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରୀ
ପାଟନା : କିଛି ଦିନ ତଳେ ଜେଡିୟୁରୁ ନିଜକୁ ଅଲଗା କରି ନୂଆ ଦଳ ଗଢ଼ିଥିବା ଉପେନ୍ଦ୍ର କୁଶବାହା ଏବେ ସିଆରପିଏଫର ୱାଇ ପ୍ଲସ୍ ଶ୍ରେଣୀର ସୁରକ୍ଷା ଘେରା ମଧ୍ୟରେ ରହିବେ । ଇଂଟେଲିଜେନ୍ସ ବ୍ୟୁରୋ (ଆଇବି) ପୂର୍ବରୁ ଉପେନ୍ଦ୍ର କୁଶବାହାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲା । ଏହାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଦେବାକୁ ନିଷ୍ପତି ନେଇଥିଲା । ଅନ୍ୟପକ୍ଷରେ ସୁରକ୍ଷା ବଢାଇ ଦିଆଯାଇଥିବାରୁ ଉପେନ୍ଦ୍ର କୁଶବାହା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୱାଇ ପ୍ଲସ୍ କାଟାଗୋରୀର ସୁରକ୍ଷାରେ କୁଶବାହାଙ୍କ ସହିତ ତିନୋଟି ପୃଥକ୍ ପୃଥକ୍ ସିଫ୍ଟରେ ସିଆରପିଏଫର ୧୧ ଜଣ କମାଣ୍ଡୋ ମୁତୟନ ରହିବେ । ଏଠାରେ ଉଲ୍ଲେଖଯୋଗ୍ୟ, ଉପେନ୍ଦ୍ର କୁଶବାହାଙ୍କ ପୂର୍ବରୁ ମୁକେଶ ସହନି ଏବଂ ଚିରାଗ ପାଶୱାନଙ୍କୁ ଏହି ଶ୍ରେଣୀର ସୁରକ୍ଷା ମିଳିଛି ।
