ଡାହାଣୀ ସନ୍ଦେହରେ ହାତଗୋଡ ବାନ୍ଧି ମା’ଝିଅଙ୍କୁ ଅକଥନୀୟ ନିର୍ଯାତନା
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ଖୁଂଟା ଥାନା ଗଡିଗାଁରେ ଅନ୍ଧବିଶ୍ୱାସର କରୁଣପରିଣତି । ଡାହାଣୀ ସନ୍ଦେହରେ ହାତଗୋଡ ବାନ୍ଧି ମା’ଝିଅଙ୍କୁ ଅକଥନୀୟ ନିର୍ଯାତନା । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗାଁ ନଛାଡିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଛି ।
ସୂଚନା ଯେ, ଡାହାଣୀ ସନ୍ଦେହରେ ବୃଦ୍ଧା ମହିଳା ଏବଂ ତାଙ୍କ ଝିଅକୁ ହାତଗୋଡ ବାନ୍ଧି ମାଡ ମାରିବା ସହିତ ନିର୍ଯାତନା ଦିଆଯାଇଛି । ଗଡିଗାଁର ଜବା ହଁ।ସଦା ଏବଂ ତାଙ୍କ ଝିଅ ନିଜ ଘର ବାରଣ୍ଡାରେ ବସିଥିଲେ । ଏହି ସମୟରେ ଗାଁର ୬ ରୁ ୮ ଜଣ ଯୁବକ ହଠାତ୍ ତାଙ୍କ ଘରକୁ ଆସି ଉଭୟ ମା ଏବଂ ଝିଅର ହାତ ବାନ୍ଧି ଦେଇ ଖୁଂଟରେ ବାନ୍ଧି ଦେଇଥିଲେ । ଏହା ସହିତ ଉଭୟଙ୍କୁ ମାଡ ମାରିଥିଲେ। ଡାହାଣୀ ହୋଇ ଲୋକଙ୍କ ଅନିଷ୍ଟ କରୁଥିବା କହି ଯୁବକ ମାନେ ମା ଝିଅଙ୍କୁ ମାଡ ମାରିଥିଲେ । ୨୪ ଘଣ୍ଟା ମଧ୍ୟରେ ଗାଁ ଛାଡି ଚାଲିନଗଲେ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି । ଘଟଣା ନେଇ ମା ଝିଅ ଖୁଂଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉଭୟ ମା ଝିଅ ଭୟରେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ରାତିରେ ଆଶ୍ରୟ ନେଇଥିଲେ।
