ବାତ୍ୟା ପାଇଁ ଆସନ୍ତାକାଲି ୧୧ ଜିଲାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ
ଭୁବନେଶ୍ୱର : ବାତ୍ୟା ‘ଗୁଲାବ୍’କୁ ସ୍ଥିତିରେ ରଖି ଆସନ୍ତାକାଲି (ସୋମବାର) ରାଜ୍ୟର ୧୧ଟି ଜିଲାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ। ଜିଲା ଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଳକାନଗିରି, ନବରଂଗପୁର ଓ କଳାହାଣ୍ଡି। ଏନେଇ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ‘ଗୁଲାବ୍’ ଗୋପାଳପୁର ଠାରୁ ୧୦୦ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଗତି କରୁଛି। ପ୍ରଶାସିନିକ ଅଧିକାରୀମାନେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତିି। କନିଷି ତହସିଲଦାର ତାପସ ରାଉତ, ସ୍ଥାନୀୟ ଲୋକଙ୍କୁ ବେଳାଭୂମି ନଯିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟପଟରେ ପ୍ରଶାସନ ବେଳାଭୂମିକୁ ୨୬ ଓ ୨୭ ତାରିଖ ସାଧାରଣ ଲୋକଙ୍କ ପାଇଁ ବାରଣ କରିଛି। ସେହିପରି ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେଉଥିବାରୁ ମତ୍ସଜୀବୀମାନଙ୍କୁ ମଧ୍ୟ ବାରଣ କରାଯାଇଛି।
