୨୧ରେ ବାଲେଶ୍ୱର ଗସ୍ତରେ ଆସିବେ ରେଳମନ୍ତ୍ରୀ, ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ଭେଟିବେ
India's Railways Minister Ashwini Vaishnaw arrives at the accident site of a three-train collision near Balasore, about 200 km (125 miles) from the state capital Bhubaneswar in the eastern state of Odisha, on June 3, 2023. At least 288 people were killed and more than 850 injured in a horrific three-train collision in India, officials said on June 3, the country's deadliest rail accident in more than 20 years. (Photo by DIBYANGSHU SARKAR / AFP) (Photo by DIBYANGSHU SARKAR/AFP via Getty Images)
ବାଲେଶ୍ୱର : ଆସନ୍ତା ୨୧ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିବା ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ଭେଟିବେ ରେଳମନ୍ତ୍ରୀ ।
ସୂଚନା ଯେ, ଗତ ୨ତାରିଖ ରାତିରେ କରମଣ୍ଡଳ ଟ୍ରେନ ଟ୍ରାଜେଡିର ୨ ସପ୍ତାହ ପରେ ବାଲେଶ୍ୱର ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଓ ଟ୍ରାକ୍ ମରାମତି ସମୟରେ ଉପସ୍ଥିତ ରହି ତଦାରଖ କରିଥିଲେ । ୩ ଦିନ ଧରି ବାହାନଗାରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଘଟଣାଦିନ କରମଣ୍ଡଳ ଦୁର୍ଘଟଣା ପରେ ତତକ୍ଷଣାତ ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଆହତମାନଙ୍କୁ ହସ୍ପିଟାଲକୁ ପଠାଇବାରେ ମଧ୍ୟ ସହାୟତା କରିଥିଲେ । ଏଥିପାଇଁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଆଗାମୀ ୨୧ତାରିଖରେ ଗସ୍ତ ଅବସରରେ ସେମାନଙ୍କୁ ଭେଟିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
