ନୀଳଗିରି ଗୋପିନାଥପୁରରେ ନୂତନ ଷ୍ଟେସନର ଶିଳାନ୍ୟାସ କଲେ କେନ୍ଦ୍ର ରେଳମନ୍ତ୍ରୀ
ଫକୀରମୋହନ ସେନାପତି ଛମାଣ ଆଠଗୁଣ୍ଠ ଗଳ୍ପକୁ ମନେ ପକାଇଲେ ରେଳମନ୍ତ୍ରୀ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଗୋପିନାଥପୁର ରେଲୱେ ସାଇଡ଼ିଂରେ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଐତିହାସିକ ପଦକ୍ଷେପ ନୀଳଗିରିକୁ ଯାତ୍ରୀବାହି ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଏହାର ଶୁଭ ଶିଳାନ୍ୟାସ କରିଛନ୍ତି । ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ତଦାରଖ ଟ୍ରେନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୋପିନାଥପୁର ରେଲୱେ ଷ୍ଟେସନରେ ଶୁକ୍ରବାର ଅପରାହ୍ନରେ ପହଞ୍ଚିଥିଲେ । ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀ, ରେଲୱେ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଆସିଥିଲେ ।
ଏହି ପରୀପ୍ରେକ୍ଷୀରେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଓ ଭାଜପାର ଏକ ପ୍ରତିନିଧି ଦଳ ରେଳମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ତତ୍ପରେ ନଡ଼ିଆ ଫଟାଇ ଯାତ୍ରୀବାହୀ ଟ୍ରେନ୍ ଚଳାଚଳର ଶୁଭ ଶିଳାନ୍ୟାସ କରିଥିଲେ । ପରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ନାମ ଧରି ନୀଳଗିରି ମାଟି ଏକ ଗଡ଼ଜାତ ମାଟି ବୋଲି କହିଥିଲେ । ଯେଉଁ ମାଟିରେ ଫକୀରମୋହନ ସେନାପତିଙ୍କର କାଳଜୟୀ କୃତି ଛ’ମାଣ ଆଠ ଗୁଣ୍ଠ ଗଳ୍ପର ପରିକଳ୍ପନା କରି କାଳଜୟୀ ଗଳ୍ପର ଅୟମାରମ୍ଭ କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଉଦ୍ବୋଧନରେ ପରିପ୍ରକାଶ କରିଥିଲେ । ସେହିପରି ରେଳ ଲାଇନ୍ ତଳେ ବିଛାଇବା ପାଇଁ ପୂର୍ବରୁ ନୀଳଗିରିରେ ଥିବା ସ୍ଲିପର କାରଖାନାର ପୁନଃରୁଦ୍ଧାର ତ୍ୱରାନ୍ୱିତ କରିବା ପାଇଁ ଚେଷ୍ଟା ଜାରି ରହିଥିବାର କହିଥିଲେ । ଦୀର୍ଘ ୭୦ବର୍ଷ ଧରି ନୀଳଗିରିକୁ ରେଳପଥ ପଡ଼ିଥିଲା ବେଳେ ଯାତ୍ରୀବାହୀ ଟ୍ରେନ ନ ଚାଲିବା ଘଟଣା ବାଲେଶ୍ୱର ଏମ୍ପି ଶ୍ରୀ ଷଡ଼ଙ୍ଗୀ ମୋର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ଉକ୍ତ ବିଷୟ ଶୁଣିଲା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କଲାପରେ ମୋଦିଜୀ ତୁରନ୍ତ ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ସବୁଜ ସଂକେତ ଦେଇଥିଲେ । ଆଜିର ରେଳମନ୍ତ୍ରୀ ୨୦ବର୍ଷ ପୂର୍ବରୁ ବାଲେଶ୍ୱର ଜିଲାପାଳ ଥିଲାବେଳେ ନୀଳଗିରି ବିଷୟରେ କିଛି ଅନୁଭୂତି ରହିଥିଲା । ପ୍ରତାପ ନନାଙ୍କ ପ୍ରଚେଷ୍ଟା ଉଦ୍ୟମ ଫଳରେ ପୁଣି ନୀଳଗିରିବାସୀଙ୍କ ସେବା କରିବା ପାଇଁ ଟାଣି ହୋଇଛନ୍ତି । ନିଜ ବକ୍ତବ୍ୟରେ ପ୍ରତାପନନା ଜଣେ ସାଧୁ, ଗୁରୁଜନ, ତପସ୍ୱୀ ବୋଲି ଭୂୟସୀ ପ୍ରଶଂସା କରିଥିଲେ । ବାଲେଶ୍ୱର ଏମ୍ପି ଶ୍ରୀ ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ ଆଜି ଯଦି ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅବଦାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ଭାଇଙ୍କ ପ୍ରଚେଷ୍ଟାରେ ସମ୍ଭବ ହୋଇ ପାରିଛି ବୋଲି ପ୍ରକାଶ କରିଥିଲେ । ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ନିଜ ବକ୍ତବ୍ୟରେ ବାଲେଶ୍ୱର ସାଂସଦ ପ୍ରତାପ ନନାଙ୍କ ଶତଚେଷ୍ଟା ରୁ ଏହା ସମ୍ଭବ ହୋଇଛି । କେନ୍ଦ୍ର ଆଦିବାସୀ ଓ ଜଳସଂପଦ ରାଷ୍ଟ୍ର ମନ୍ତ୍ରୀ ଇଂ. ବିଶେଶ୍ୱର ଟୁଡୁ ମଂଚାସୀନ ରହି ଅନୁରୁପ ଭାବେ ଓଡ଼ିଶାର ବିକାଶ ଧାରାକୁ ମୋଦୀ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ନିଜ ବକ୍ତବ୍ୟରେ କହିବା ସହିତ ନୀଳଗିରିରୁ କେଉଁଝର, ଭାୟା କପ୍ତିପଦା କୁ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦଳା ବିଧାୟକ ଭାସ୍କର ମଢ଼େଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ବାରିପଦା ସଦର ବିଧାୟକ ପ୍ରକାଶ ସରେନ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ପ୍ରମୁଖ ମଂଚାସୀନ ଥିଲେ । ଆଜିର ଏହି ଶୁଭଶିଳାନ୍ୟାସ ଉତ୍ସବରେ ୨୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।
